ଅଭିନୟରୁ ବ୍ରେକ୍ ନେବେ ପ୍ରଭାସ, ଜାଣନ୍ତୁ କାରଣ...

ଅଭିନୟରୁ ଦୂରେଇ ଯିବେ ସାଉଥ ସୁପରଷ୍ଟାର ପ୍ରଭାସ । ଏ ଖବର ପ୍ରଚାର ହେବା ପରେ ଫ୍ୟାନଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । 'ବାହୁବଳୀ ୨'ର ସଫଳତାର ୬ବର୍ଷପରେ ପ୍ରଭାସ 'ସାଲାର ପାର୍ଟ-୧'ରେ ଦମଦାର ଅଭିନୟ କରିଥିଲେ। ବର୍ତ୍ତମାନ ପ୍ରଶଂସକଙ୍କ ତାଙ୍କ ପରବର୍ତ୍ତୀ ଫିଲ୍ମ 'କଲକୀ 2898 AD' ଅପେକ୍ଷା କରିଛନ୍ତି। କିନ୍ତୁ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, 'କଲକୀ 2898 AD' ପୂର୍ବରୁ ପ୍ରଭାସ ଇଣ୍ଡଷ୍ଟ୍ରିରୁ ଦୂରରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି।
ପ୍ରଭାସ ତାଙ୍କ ମନକୁ ସତେଜ ରଖିବା ଏବଂ ସାସ୍ଥ୍ୟ ପାଇଁ ଏହି ପଦକ୍ଷେପ ନେଇଥିବା ଜଣାପଡିଛିି। ତାଙ୍କ ଜୀବନକୁ ବୁଷ୍ଟ କରିବା ପାଇଁ ସେ ଅଭିନୟରୁ ବିରତି ନେଇଛନ୍ତି। ଯାହାଫଳରେ ସେ ତାଙ୍କ ଅଭିନୟ କ୍ୟାରିୟରକୁ ଏକ ନୂତନ ଢଙ୍ଗରେ ଆଗକୁ ବଢାଇପାରିବେ । ଏହି ନିଷ୍ପତ୍ତିକୁ କିଛି ଫ୍ୟାନ ସମର୍ଥନ କରିଛନ୍ତି । ହେଲେ ଶୀଘ୍ର ଫେରି ଆସିବାକୁ ମଧ୍ୟ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରଭାସଙ୍କ ୨୦୨୩ରେ ସବୁଠାରୁ ବ୍ଲକବଷ୍ଟର ଫିଲ୍ମ ଥିଲା 'ସାଲାର ପାର୍ଟ-୧'। ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା । ଚଳିତ ବର୍ଷ ଆହୁରି ସୁପରହିଟ୍ ଫିଲ୍ମ ପ୍ରଭାସ ଭେଟି ଦିଅନ୍ତୁ ବୋଲି ଦର୍ଶକ ଚାହିଁ ରହିଛନ୍ତି।
Powered by Froala Editor