ଆସନ୍ତାକାଲି ଇଡିରେ ହାଜର ହେବେ ହେମନ୍ତ ସୋରେନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ବୁଧବାର ଇଡି ପ୍ରଶ୍ନର ସାମ୍ନା କରିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆସନ୍ତାକାଲି ଅପରାହ୍ଣ ୧ଟାରେ ତାଙ୍କ ବାସଭବନରେ ପଚରାଉଚରା କରିବା ପାଇଁ ସେ ଇଡିକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏପରି ସମୟରେ ପଚରାଉଚରା କରିବା ରାଜନୈତିକ ଉଦ୍ଦେଶ୍ୟ ଦର୍ଶାଉଛି ବୋଲି ଅଭିଯୋଗ କରିଛନ୍ତି ସୋରେନ । ଅନ୍ୟପଟେ ଦିଲ୍ଲୀସ୍ଥିତ ସୋରେନଙ୍କ ବାସଭବନରେ ଇଡି ଚଢାଉ କରି ୩୬ ଲକ୍ଷ ଟଙ୍କା, ଏକ ଏସୟୁଭି, ଏକ ବିଏମଡବ୍ଲୁ କାର ଓ କିଛି ଡକ୍ୟୁମେଣ୍ଟ ଜବତ କରିଛି ।
ସୋରେନ୍ ଚିଠିରେ ଉଲ୍ଲେଖ କରିଛନ୍ତି "ଆପଣ ଭଲ ଭାବେ ଜାଣିଛନ୍ତି ଯେ ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ ୨ ରୁ ୨୯ ମଧ୍ୟରେ ଅନୁଷ୍ଠିତ ହେବ। ପୂର୍ବ ନିର୍ଦ୍ଧାରିତ ସରକାରୀ କାର୍ୟ୍ୟ ବ୍ୟତିତ ବଜେଟ ପାଇଁ ପାଇଁ ପ୍ରସ୍ତୁତି ଚାଲିଛି । ଏହା ପୂର୍ବରୁ ମୋତେ ଜେରା ପାଇଁ ଇଡିର ସମନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ କାର୍ୟ୍ୟରେ ବାଧା ସୃଷ୍ଟି କରିବା ତଥା ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ତାଙ୍କ ସରକାରୀ କାର୍ୟ୍ୟ କରିବାରେ ରୋକିବା ଆପଣଙ୍କର ରାଜନୈତିକ ଉଦ୍ଦେଶ୍ୟକୁ ଦର୍ଶାଉଛି । ସୁରକ୍ଷା ଦୃଷ୍ଟିରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ରାଜଭବନ ଏବଂ ରାଞ୍ଚିସ୍ଥିତ ଇଡି କାର୍ୟ୍ୟାଳୟର ୧୦୦ ମିଟର ପରିସର ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି ।
Powered by Froala Editor