ଜୟକିଶନଙ୍କ ହାତ ଧରିଲେ ଚେସ୍ ତାରକା ପଦ୍ମିନୀ ରାଉତ
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ସେ ମୁମ୍ବାଇର ଜୟକିଶନ ମନାକାନୀଙ୍କୁ ବିବାହ କରିଛନ୍ତି। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ହିନ୍ଦୁ ବୈଦିକ ରୀତିନୀତିରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
୧୯୯୪ ମସିହା ଜାନୁଆରୀ ୫ ତାରିଖରେ କଟକ ଜିଲ୍ଲାରେ ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିଲେ ପଦ୍ମିନୀ। ୯ ବର୍ଷ ବୟସରୁ ଚେସ୍ ଖେଳିଥିଲେ। ୧୧ ବର୍ଷରୁ କମ୍ ବୟସ ବର୍ଗରେ ୨୦୦୫ ମସିହାରେ ସେ ଜାତୀୟ ପ୍ରତିଯୋଗିତା ଜିତି ଥିଲେ। ୨୦୦୬ ମସିହାରେ ସେ ୧୩ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତା ଓ ୧୨ ବର୍ଷରୁ କମ୍ ଏସୀୟ ପ୍ରତିଯୋଗିତା ଜିତିଥିଲେ।
୨୦୦୮ରେ ପଦ୍ମିନୀ ୧୪ ବର୍ଷରୁ କମ୍ ବର୍ଗରେ ଉଭୟ ଏସୀୟ ପ୍ରତିଯୋଗିତା ଓ ବିଶ୍ୱ ଯୁବ ଚେସ୍ ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ। ୨୦୦୯ ମସିହାରେ ସେ ୨୦ ବର୍ଷରୁ କମ୍ ବର୍ଗରେ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ୨୦୧୦ରେ ସେ ୧୯ ବର୍ଷରୁ କମ୍ ବର୍ଗରେ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ। ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତା ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୧୫ ରେ ସେ ରାଜ୍ୟ ଗୋଷ୍ଠୀ ମହିଳା ଚାମ୍ପିୟନସିପ ଜିତିଥିଲେ।
Powered by Froala Editor