ଶ୍ୱଶୁରଘରେ ସ୍ତ୍ରୀ ଗଳା କାଟି ନିଜ ଗଳା କାଟିଲା ସ୍ବାମୀ
ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ତ୍ରୀର ଗଳା କାଟିବା ପରେ ନିଜେ ନିଜର ଗଳା କାଟିଛି ସ୍ବାମୀ। ଏପରି ବୀଭତ୍ସ ହତ୍ୟାକାଣ୍ଡ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅଞ୍ଚଳରେ ଘଟିଛି। ଘର ଭିତରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲ୍ରେ ପତିଙ୍କ ପ୍ରାଣ ଯାଇଛି। ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଗଣ୍ଡଗୋଳରୁ ଏପରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହେଉଛି।
ସୂଚନା ମୁତାବକ ଛତିଶଗଡ଼ କଣ୍ଟା ଗାଁର ପେଦାପୁରି କଣ୍ଡାବାବୁ ପ୍ରାୟ ୮ ବର୍ଷ ତଳେ ମାଲକାନଗିରି ଜିଲ୍ଲା ପଡ଼ିଆ ଗାଁର ବେଣୁ କୁମାରୀଙ୍କୁ ବିବାହ କରୁଥିଲେ। ବିବାହ ପରେ ପେଦାପୁରି କଣ୍ଡାବାବୁ ନିଜ ଶ୍ୱଶୁର ଘରେ ପତ୍ନୀଙ୍କ ସହ ରହୁଥିଲେ। ସବୁ ଠିକ୍ଠାକ୍ ଚାଲିଥିଲା। ହେଲେ ଆଜି ଅପରାହ୍ନରେ ପେଦାପୁରି କଣ୍ଡାବାବୁ ମଦ ପିଇ ଘରକୁ ଆସିଥିଲେ । କୌଣସି କଥାକୁ ନେଇ ପତ୍ନୀ ବେଣୁଙ୍କ ସହିତ ଯୁକ୍ତିତର୍କ କରିଥିଲେ।
ଝଗଡ଼ା ଏତେ ତୀବ୍ରତର ହେଲା ଯେ କଣ୍ଡା ବାବୁ ଘରେ ରହିଥିବା ଧାରୁଆ ଛୁରି ସାହାଯ୍ୟରେ ହଠାତ୍ ବେଣୁ କୁମାରୀଙ୍କ ଗଳା କାଟି ଦେଇଥିଲା। ଏହାପରେ ବେଣୁ କୁମାରୀଙ୍କ ରକ୍ତସ୍ରାବ ଦେଖି ନିଜର ଗଳା ମଧ୍ୟ କାଟି ଦେଇଥିଲା। ପୁରା ଘର ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିବା ବେଳେ ଉଭୟଙ୍କ ଚିତ୍କାର ଶୁଣି ପାଖାପାଖି ଲୋକେ ଆସି ଉଦ୍ଧାର କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor