ପୋଲିସ-ମାଓବାଦୀ ଗୁଳିବିନିମୟ: ମାଓ କ୍ୟାମ୍ପ ଧ୍ୱଂସ

ବୌଦ୍ଧ : ପୋଲିସ-ମାଓବାଦୀ ଗୁଳିବିନିମୟ । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ଫା ଜଙ୍ଗଲରେ ଗୁଳିବିନିମୟ ହୋଇଥିବା ସୂଚନା । ଏହି ଗୁଳିବିନିମୟରେ ଏକ ମାଓ କ୍ୟାମ୍ପ ଧ୍ୱଂସ ହୋଇଥିବା ଜଣାପଡିଛି । ବାକି ଅନେକ ମାଓବାଦୀ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।
ନଳୀକୁମ୍ପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଓ ଯବାନଙ୍କ ମଧ୍ୟରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଦୀର୍ଘ ସମୟ ଧରି ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ସୁଯୋଗ ଦେଖି ଧଟଣାସ୍ଥଳରୁ ଫେରାର ମାରିଥିଲେ ୨୫ରୁ ୩୦ ମାଓବାଦୀ ।
ସେପଟେ ଜଙ୍ଗଲରୁ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଯାହାକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ଏହାସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲସି । ଏଥିରେ ଲ୍ୟାଣ୍ଡମାଇନ୍ ସମେତ ବହୁ ବିସ୍ଫୋରକ ସାମଗ୍ରୀ ରହିଥିବା ଜଣାପଡିଛି ।
Powered by Froala Editor