AI ଟେକନିକରେ ଲତାଙ୍କ ସ୍ୱର : ଶୁଣି ଆଶ୍ଚର୍ଯ୍ୟ ହେବେ ରାମ ଭଜନ

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠି ଉତ୍ସବର ମାହୋଲ । ସମସ୍ତେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଚାହିଁ ବସିଛନ୍ତି । କେବଳ ଦେଶ ମଧ୍ୟରେ ନୁହେଁ ବିଦେଶରେ ବି ଏହାକୁ ନେଇ ଜବରଦସ୍ତ ଉତ୍ସାହ ଦେଖାଦେଇଛି । ବିଶ୍ୱ ସାରା କଳାକାରମାନେ ନିଜ ନିଜ ଅନ୍ଦାଜରେ ଭଗବାନ ଶ୍ରୀରାମଙ୍କ ଆଗମନକୁ ସ୍ୱାଗତ କରିଛନ୍ତି ।
ଏହାରି ମଧ୍ୟରେ ସୋସିଆଲ ମିଡିଆରେ ରାମଙ୍କ ଏକ ଭଜନ ଖୁବ୍ ଭାଇରାଲ ହେଉଛି ଯାହାକୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱରରେ ବୋଲାଯାଇଛି । AI ଲତା ମଙ୍ଗେସକରଙ୍କ ସ୍ୱରରେ ରାମ ଭଜନ ପ୍ରସ୍ତୁତ କରିଛି । ଏହା ସୋସିଆଲ ମିଡିଆରେ ଏହି ରାମ ଭଜନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭଜନକୁ ଟୁଇଟରରେ @ranvijayT90 ନାମକ ୟୁଜର ସେୟାର କରିଛନ୍ତି । ଏ ପର୍ଯ୍ୟନ୍ତ ଏହାକୁ ୫ ଲକ୍ଷ ଲୋକ ଶୁଣିସାରିଲେଣି । ଏହାଛଡା ଦେଶର ବିଭିନ୍ନ କଳାକାରମାନେ ନିଜ ନିଜ ଅନ୍ଦାଜରେ ରାମ ଭଜନ ଗାଇଛନ୍ତି । ତା ମଧ୍ୟରୁ କିଛି ଗୀତକୁ ପ୍ରଧାନମନ୍ତ୍ରୀ ଖୁବ ପ୍ରଶଂସା କରିଛନ୍ତି ।
Powered by Froala Editor