ପ୍ରଦୀପଙ୍କୁ ଆଉ ଏକ ମାମଲାରେ ମିଳିଲା ଜାମିନ୍
ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍ । ଆଉ ଏକ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ । ଜଷ୍ଟିସ ଏସ. କେ ପାଣିଗ୍ରାହୀ ଜାମିନ୍ ମଞ୍ଜୁର କରିଛନ୍ତି । ଫଳରେ ଏବେ ପ୍ରଦୀପ ପାଣିଗ୍ରାହୀ ଜେଲରୁ ମୁକୁଳିବା ନେଇ ପଥ ପରିସ୍କାର ହୋଇଛି ।
ପୂର୍ବରୁ ସେ କ୍ରାଇମ୍ବ୍ରାଞ୍ଚ ମାମଲା ସମେତ ୫ଟି ମାମଲାରେ ଜାମିନ୍ ପାଇଥିଲେ । ୨୦୨୦ ଡିସେମ୍ବର ୩ ତାରିଖରେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ ମୋକଦ୍ଦମା ଲଢୁଥିଲେ । ଅଶୋକ ପରିଜା ସରକାରୀ ଓକିଲ ଥିଲେ ।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଣି ଆଶ୍ୱସ୍ତି । ଗୋଳନ୍ଥରା ଥାନାରେ ଦାୟର ଅନ୍ୟ ଏକ ମାମଲାରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ ।
ଟାଟା କମ୍ପାନୀରେ ଚାକିର କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ୨୦୨୦ ଡିସେମ୍ୱର ୩ ତାରିଖରେ ଗିରଫ ହୋଇଥିଲେ । ତାପରଠୁ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଟାଟାରେ ଚାକିରି ନାଁରେ ଜାଲିଆତିରେ ତାଙ୍କର ଲିଙ୍କ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରଥମେ ଆକାଶ ପାଠକ ଗିରଫ ହୋଇଥିଲେ ।
Powered by Froala Editor