ରାମ ମନ୍ଦିର ମିଠା କହି ବିକୁଥିଲା ଆମାଜନ, ଫସିଲା
ଅନଲାଇନରେ ଅଯୋଧ୍ୟାର ରାମ ମନ୍ଦିର ପ୍ରସାଦ ନାମରେ ମିଠା ବିକ୍ରି କରି ଫସିଛି ଆମାଜନ । ଅଯୋଧ୍ୟା ରାମ ମନ୍ଦିରରୁ କୌଣସି ମିଠେଇ ପଠାଯାଇନଥିବା ବେଳେ ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରାସଦ କହି ଆମାଜନ ସାଧାରଣ ମିଠା ବିକ୍ରି କରିଥିବା ଅଭିଯୋଗ ହୋଇଛି। ଇ-କମର୍ସ ପ୍ଲାଟଫର୍ମ ଆମାଜନକୁ ନୋଟିସ ଜାରି କରାଯାଇଛି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦ୍ୱାରା ଏହି ନୋଟିସ ଜାରି କରାଯାଇଛି।
କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଏହି ବିଷୟରେ ଏକ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ ଦର୍ଶାଯାଇଛି ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର ପ୍ରସାଦଙ୍କ ନାମରେ ମିଠା ବିକ୍ରି କରି ଆମାଜନ ଭୁଲ ବ୍ୟବସାୟିକ ପଦକ୍ଷେପ ନେଉଛି। ବିଭାଗ କହିଛି ନୋଟିସ ପ୍ରକାଶ ପାଇବା ଦିନଠାରୁ ୭ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ଆମାଜନକୁ ଜବାବ ତଲବ କରାଯାଇଛି। ଯଦି ଆମାଜନ ୭ ଦିନ ମଧ୍ୟରେ ଜବାବ ନ ଦିଏ, ତେବେ ଗ୍ରାହକ ସୁରକ୍ଷା ଆଇନ ୨୦୧୯ ର ନିୟମ ଅନୁଯାୟୀ ଏହା ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରାସଦ କହି ରଘୁପତି ଘିଅ ଲଡୁ, ଖୁଆ ଲଡୁ, ଦେଶୀ ଗାଈ କ୍ଷୀରରେ ତିଆରି ପେଡା ଆଦି ଆମାଜନ ବିକ୍ରି କରୁଥିଲା। ତେବେ ଏହା କୌଣସି ରାମ ମନ୍ଦିରର ପ୍ରସାଦ ନୁହେଁ। ଖାଦ୍ୟ ଜିନିଷ ବିକ୍ରି କରିବା ପାଇଁ ଆମାଜନ୍ ଭୁଲ୍ ତଥ୍ୟ ଦେଇ ଲୋକଙ୍କୁ କେବଳ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି।
Powered by Froala Editor