ରାମଲଲାଙ୍କ ପାଇଁ ଝଲସୁଛି ମନ୍ଦିର, ଫୁଲ ଓ ରଙ୍ଗୀନ ମାଳା ଦେଖି ଆଖି ଲାଖୁଛି

ଅଯୋଧ୍ୟା ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରତିମା ସ୍ଥାପନ ହେବାକୁ ନେଇ ପୂରା ଦେଶ ଚାହିଁ ରହିଛି। ତେବେ ରାମ ଲଲାଙ୍କ ମୂର୍ତ୍ତିର ପୂର୍ଣ୍ଣ ଚିତ୍ର ପ୍ରକାଶ ପାଇବା ପରେ କୋଟି କୋଟି ରାମଭକ୍ତ ଅଭୀଭୂତ ହୋଇଛନ୍ତି। ଏହାରି ମଧ୍ୟରେ ମନ୍ଦିରର ଚମତ୍କାର ଦୃଶ୍ୟ ସାମ୍ନାକୁ ଆସିଛି।
ଡିଡି ନ୍ୟୁଜ୍ ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ଚମତ୍କାର ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ମନ୍ଦିର ବାହାର ଏବଂ ଭିତର ଦୃଶ୍ୟ ରହିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ମନ୍ଦିର ଭିତରେ ଅତି ଚମତ୍କାର ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଛି। ଆଲୋକ ମାଳା ସହ ବଡ ବଡ ଖମ୍ବରେ ପୁଷ୍ପଗୁଚ୍ଛ ସଜାଯାଇଛି।
ଡିଡି ନ୍ୟୁଜ୍ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, “ମହାନ ରାମ ମନ୍ଦିର ଭିତରର ବିଶେଷ ଝଲକ! ହସ୍ତଶିଳ୍ପ ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରମାଣ।”
ଜାନୁଆରୀ ୨୨ ଦିନ ୧୨.୩୦ରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହେବ। । ଏଥିପାଇଁ କାର୍ଯ୍ୟକ୍ରମ ଏବଂ ରୀତିନୀତି ଜାନୁଆରି ୧୬ଠାରୁ ଚାଲିଆସୁଛି। ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ରାମଲଲାଙ୍କ ସମର୍ପଣ ଉତ୍ସବ ପରେ ହିଁ ସମାପ୍ତ ହେବ। ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ନେତୃତ୍ୱରେ ପୁରୋହିତମାନଙ୍କର ଏକ ଟିମ୍ ଏହି ଉତ୍ସବରେ ମୁଖ୍ୟ ରୀତିନୀତି କରିବେ।
Powered by Froala Editor