ଏହି କାରଣରୁ ଇଣ୍ଡିଗୋକୁ ୧କୋଟି ୨୦ଲକ୍ଷ ଫାଇନ, ଜାଣନ୍ତୁ କଣ ?

ନୂଆଦିଲ୍ଲୀ: ଜାନୁଆରୀ ୧୪ ତାରିଖରେ ବିମାନ ଉଡାଣରେ ଅତ୍ୟଧିକ ବିଳମ୍ବ ଯୋଗୁ ମୁମ୍ବାଇ ବିମାନବନ୍ଦରର ରନୱେ ଉପରେ ଯାତ୍ରୀ ମାନେ ବସି ଖାଉଥିବା ଭିଡ଼ିଓ ସାମ୍ନାକୁ ଆସିଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ଯାତ୍ରୀ ମାନଙ୍କୁ ଖାଦ୍ୟ ଦିଆଯାଇଥିଲା। ଏହି ଘଟଣା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧କୋଟି ୨୦ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ଏହାସହିତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡକୁ ୬୦ଲକ୍ଷ ଟଙ୍କା ଜୋରିମାନା ହୋଇଛି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟି ପକ୍ଷରୁ ଉଭୟଙ୍କୁ ନୋଟିସ୍ ପଠାଯାଇଥିବା ସୂଚନା ମିଳିଛି। ପୂର୍ବରୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଜୋରିମାନା କରିଛି ଡିଜିସିଏ। ସେହିପରି ଘନ କୁହୁଡି ଓ ଲୋ-ଭିଜିବିଲିଟିରେ ବିମାନ ଉଡାଣର ତାଲିମ ପାଇନଥିବା ପାଇଲଟଙ୍କୁ ନିୟୋଜିତ କରାଯାଇଥିବାରୁ ଏୟାର ଇଣ୍ଡିଆ ଓ ସ୍ପାଇସଜେଟକୁ ମଧ୍ୟ ୩୦ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ହୋଇଛି।
Powered by Froala Editor