ଡ଼କାୟତି ଯୋଜନା ବେଳେ ପୁଲିସର ଚଢ଼ଉ, ୬ ଗିରଫ
ରାଉରକେଲା: ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବାସନ୍ତୀ କଲୋନୀ ଅଞ୍ଚଳର ସୁନାଗହଣା ଦୋକାନରେ ଡ଼କାୟତି ଯୋଜନା କରୁଥିବାବେଳେ ପୁଲିସ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୩ଟି ବନ୍ଧୁକ, ୬ ଗୁଳି ଜବତ କରିଛି। ମଙ୍ଗଳବାର ରାତିରେ ଉଦିତନଗର ଥାନା ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଡିଏଭି ପୋଖରୀ ନିକଟସ୍ଥ ଡିଏଭି ପଡ଼ିଆରେ ୯ରୁ ୧୦ ଜଣ ଯୁବକ ଏକାଠି ହୋଇଥିବା ନେଇ ଏସ୍ଆଇ ସୁକଳ ଠେମାରିଆଙ୍କୁ ସୂଚନା ମିଳିଥିଲା। ପାଟ୍ରୋଲିଂ ଗାଡ଼ି ଓ ପିସିଆାର ଭ୍ୟାନ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଘଟଣାସ୍ଥଳରୁ ୪ ଯୁବକ ଫେରାର ହୋଇଯାଇଥିଲେ।
Powered by Froala Editor