ଟିସିଏସ୍ ଓ ଇନ୍ଫୋସିସ୍ ପରିସରରେ କଲରାପତରିଆ : ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ

ମଧ୍ୟପ୍ରଦେଶର ଇନ୍ଦୋରରେ ଟିସିଏସ୍ ଓ ଇନ୍ଫୋସିସ୍ ପରିସରରେ କଲରାପତରିଆ ବାଘ ବୁଲୁଥିବା ଘଟଣାକୁ ନେଇ ଭୟର ବାତାବରଣ ଖେଳି ଯାଇଛି। ଏଥିପାଇଁ ଇନ୍ଫୋସିସ୍ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛି। ସେହିପରି ଟିସିଏସ୍ ମଧ୍ୟ ଏକ ଆଡଭାଇଜରୀ ଜାରି କରିଛି।
ବିଜ୍ଞପ୍ତି ଅନୁଯାୟୀ, ‘ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାମ) କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ନିଷ୍ପତ୍ତି ନେବାର ପ୍ରଥମ କାରଣ ହେଲା କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିବାକୁ ଭୟ କରିବେ ନାହିଁ। ଦ୍ବିତୀୟଟି ହେଲା ଘରେ ରହି କାମ କରିବା ଦ୍ବାରା କର୍ମଚାରୀଙ୍କୁ ବାଘ ଆକ୍ରମଣର ଭୟ ରହିବ ନାହିଁ। ସେମାନେ ନିର୍ଭୟରେ କାମ କରି ପାରିବେ।
ସେହିପରି ଟିସିଏସ୍ କର୍ମଚାରୀଙ୍କୁ ମଙ୍ଗଳବାର ନିର୍ଦ୍ଧାରିତ ସମୟ ଠାରୁ ଭିନ୍ନ ସମୟରେ ଆସିବାକୁ କୁହାଯାଇଛି। ଯେଉଁମାନେ ସକାଳ ସିଫ୍ଟରେ ଆସିବା କଥା ସେମାନଙ୍କୁ ଦିନ ଥାଇ ଅଫିସ ଛାଡିବାକୁ କୁହାଯାଇଛି। ଯେଉଁମାନଙ୍କର ରାତି ସିଫ୍ଟ ସେମାନଙ୍କୁ ସନ୍ଧ୍ୟା ପୁର୍ବରୁ ଅଫିସରେ ପହଞ୍ଚିବାକୁ କୁହାଯାଇଛି। ଏଥିସହ ଅଫିସ କରିଡର୍ରେ ବୁଲିବାକୁ ମଧ୍ୟ ମନା କରାଯାଇଛି।
ଇନ୍ଦୋରର ସୁପର କରିଡୋର ଅଞ୍ଚଳରେ ମଙ୍ଗଳବାର ସକାଳ ୧୧ଟାରୁ ୧୨ଟା ମଧ୍ୟରେ ଏକ କଳରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା। ଅଫିସ ପରିସରରେ ବାଘ ବୁଲୁଥିବା ଖବର ମିଳିବା ପରେ ବନବିଭାଗ ପକ୍ଷରୁ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଛି।
ଜଣେ ବନ ବିଭାଗ କର୍ମଚାରୀଙ୍କ କହିବାକୁ ମୁତାବକ, ସଫ୍ଟଓ୍ୱେୟାର ଅଫିସ ପରିସରରେ ବାଘର ପାଦ ଚିହ୍ନ ପଡିଥିବା ଦେଖିବାକୁ ମିଳିଛି। ତେଣୁ ବାଘ ରେସ୍କ୍ୟୁ ଅପରେସନ୍ ପୂରଣ ନହେବା ଯାଏଁ ଉଭୟ ସଫ୍ଟଓ୍ୱେୟାର କମ୍ପାନୀର କର୍ମଚାରୀଙ୍କୁ ଅଫିସରୁ ବାହାରକୁ ନ ବାହାରିବା ପାଇଁ ସତର୍କ କରାଯାଇଛି।
Powered by Froala Editor