ଗୁଗୁଲ ଇଣ୍ଡିଆ ହେଡ୍ ଭାବେ କାମ କରୁଛନ୍ତି ଏହି ଅଭିନେତ୍ରୀ

ଗୁଗଲ ଇଣ୍ଡିଆର ହେଡ୍ ହୋଇଛନ୍ତି ଅଭିନେତ୍ରୀ ମୟୁରୀ କଙ୍ଗୋ। ବଲିଉଡକୁ ଆସିବା ପୂର୍ବରୁ ଆଇଆଇଟି କାନପୁରରେ ମୟୁରୀଙ୍କୁ ଇଞ୍ଜିନିୟରିଂ ପଢ଼ିବାର ସୁଯୋଗ ମିିଳିଥିଲା। ହେଲେ ସେ କଳାକାର ହେବାକୁ ଚାହୁଥିବାରୁ ବଲିଉଡକୁ ବାଛିଥିଲେ। ଫିଲ୍ମରେ ସେତେଟା ସଫଳତା ନମିଳିବାରୁ ବିବାହ ପରେ ସ୍ବାମୀଙ୍କ ସହ ଆମେରିକା ଚାଲିଯାଇଥିଲେ। ସେଠାରେ ଏମବିଏ କରିବା ପରେ ୨୦୦୪-୧୨ ସେ ସଠାରେ ଚାକିରି କରିଥିଲେ। ପରେ ୨୦୧୩ରେ ସେ ପୁଅ କିଆନକୁ ନେଇ ଭାରତ ଚାଲି ଆସିବା ସହ ଏଠାରେ ପରଫର୍ମମିକ୍ସ ନାମକ ଏକ କମ୍ପାନିରେ ପରିଚାଳନା ନିର୍ଦ୍ଦେଶିକା ଭାବେ କାମ କରିବା ଆରମ୍ଭ କରିଥିଲେ। କିଛି ଦିନ ସେଠାରେ କାମ କରିବା ପରେ ୨୦୧୯ରେ ସେ ଗୁଗଲ ଇଣ୍ଡିଆର ହେଡ୍(ଇଣ୍ଡଷ୍ଟ୍ରି ହେଡ୍-ଏଜେନ୍ସି ବିଜନେସ୍) ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିବା ଜଣାପଡ଼ିଛି।
ଫିଲ୍ମ 'ପାପା କେହତେ ହେ'ରେ 'ଘର ସେ ନିକଲତେ ହି, କୁଛ ଦୂର ଚଲତେ ହି…' ଗୀତ ଥିବା ବେଳେ ଚଳଚ୍ଚିତ୍ରରେ ମୟୂରୀ କଙ୍ଗୋ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ବିପକ୍ଷରେ ଜୁଗଲ ହଂସରାଜ ନଜର ଆସିଥିଲେ। ତେବେ କିଛି ଫିଲ୍ମରେ କାମ କରିବା ପରେ ମୟୁରୀ ଆମେରିକା ଚାଲିଯାଇଥିଲେ । ମୟୂରୀଙ୍କୁ ଶେଷ ଥର ପାଇଁ ୨୦୦୯ମସିହାରେ 'କୁର୍ବାନ୍' ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା।
Powered by Froala Editor