ବିଚକ୍ଷଣ ଜ୍ଞାନ : ୧୭ ବର୍ଷରେ ଶେର୍ପାର ସହ-ପ୍ରତିଷ୍ଠାତା
ବୟସ ସାନ । ହେଲେ ବୁଦ୍ଧି ବିଚକ୍ଷଣ । ଏମିତି ଜ୍ଞାନର ଅଧିକାରୀ ହେଉଛନ୍ତି ସାଦ୍ ନାସେର । ସେ ମାତ୍ର ୧୭ ବର୍ଷ ବୟସରେ ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଭେଇକିଲ୍ (ଇଭି) ଶେର୍ପାର ସହ-ପ୍ରତିଷ୍ଠାତା ହୋଇଛନ୍ତି ।
ନାସିରଙ୍କ ପିଲାଟି ବେଳୁ ମୋଟର ଚାଳିତ ଖେଳନା ପ୍ରତି ଅହେତୁକ ଆଗ୍ରହ ରହିଥିଲା । ଦୁଇ ବର୍ଷ ବୟସରେ ସେ ଖେଳନାଗୁଡ଼ିକୁ ଭଲ ଭାବରେ ଖୋଲି ସାରିଥିଲେ। ପାଞ୍ଚ ବର୍ଷ ବୟସ ବେଳକୁ ସେ ତାଙ୍କ ବାପାଙ୍କ ଜାଭା ପ୍ରୋଗ୍ରାମିଂ ବହି ପଢୁଥିଲେ। ସାତ ବର୍ଷ ବୟସ ବେଳକୁ ସେ ସି++ ଉପରେ ଏକ ପୁସ୍ତକ ଶେଷ କରିସାରିଥିଲେ।
ଯେତେବେଳେ ସେ ପ୍ରଥମେ ସ୍କୁଲ ଯିବା ଆରମ୍ଭ କରିଥିଲେ ଶିକ୍ଷକମାନେ ତାଙ୍କୁ ଅନେକ ସମୟରେ ବିଭ୍ରାନ୍ତ ଓ ଅନ୍ୟମନସ୍କ ମନେ କରୁଥିଲେ। ସେମାନେ ତାଙ୍କୁ କିପରି ସମ୍ଭାଳିବେ ବୁଝିପାରୁ ନଥିଲେ । କିନ୍ତୁ ୨୦୦୮ ମସିହାରେ ରଂଜିତା ସିହ୍ନା ନାମକ ଜଣେ ୩୯ ବର୍ଷୀୟା ଶିକ୍ଷୟିତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ାଇବା ପାଇଁ ଚାଇନାରୁ ବେଙ୍ଗାଲୁରୁ ଆସି ସାଦ୍ଙ୍କ ସ୍କୁଲକୁ ଆସିଥିଲେ। ସେ ସାଦ୍ଙ୍କ ସହ କଥାବାର୍ତ୍ତା କଲାବେଳେ ତାଙ୍କ ସାମର୍ଥ୍ୟକୁ ଅନୁଭବ କଲେ। ସେ ଏକ ନୋଟ୍ ତିଆରି କରି ସଂଯୋଜକଙ୍କ ନିକଟରେ ଏହି ଆଶ୍ଚର୍ଯ୍ୟଜନକ ପିଲା ବିଷୟରେ ଜଣାଇଥିଲେ ଏବଂ ନାସିରଙ୍କୁ ତାଙ୍କ ଗତିରେ ପାଠ ପଢିବା ପାଇଁ ସ୍ୱାଧୀନତା ଦେବା ପାଇଁ ବିଦ୍ୟାଳୟକୁ ରାଜି କରାଇଥିଲେ।
ଶିକ୍ଷୟିତ୍ରୀ ସିହ୍ନାଙ୍କ ସମ୍ପର୍କୀୟମାନେ ସାଦ୍ଙ୍କୁ ଇଣ୍ଟେଲ ସହ ପରିଚିତ କରାଇଥିଲେ। ସେମାନେ ତାଙ୍କୁ ସେମାନଙ୍କ ବେଙ୍ଗାଲୁରୁ ନିମନ୍ତ୍ରଣ କରିଥିଲେ। ସେତେବେଳେ ନାସିର ତୃତୀୟ ଶ୍ରେଣୀରେ ପଢୁଥିଲେ। କିନ୍ତୁ ସେ ସେଠାରେ ପ୍ରୋସେସର, ଆଲଗୋରିଦମ୍ ଏବଂ ସି++ ଉପରେ ଜଟିଳ ପ୍ରଶ୍ନର ଉତ୍ତର ଦେଇ ଇଞ୍ଜିନିୟରମାନଙ୍କୁ ଚକିତ କରିଦେଇଥିଲେ। ଏହାପରେ ସାଦ୍ ନାସେର ୧୫ ବର୍ଷ ବୟସରେ ଅତି ମୋଟର୍ସର ସହ ପ୍ରତିଷ୍ଠାତା ହୋଇଥିଲେ। ନାସିରଙ୍କୁ ଏବେ ୨୧ ବର୍ଷ। ଏବେ ମଧ୍ୟ ସେ ତାଙ୍କ ଦକ୍ଷତା ପାଇଁ ସମସ୍ତଙ୍କୁ ଚକିତ କରୁଛନ୍ତି ।
Powered by Froala Editor