ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି ଇଶା ଦେଓଲ
ବଲିଉଡର ଅଭିନେତ୍ରୀ ଇଶା ଦେଓଲଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ତେବେ ଦେଓଲ ପରିବାରର କୌଣସି ସଦସ୍ୟ ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
ବଲିଉଡ ଲାଇଫ ଏବଂ ବଲିଉଡ ଶାଦି ଡଟ୍ କମରେ ପ୍ରକାଶିତ ଖବର ଅନୁଯାୟୀ, ଅଭିନେତ୍ରୀ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କଠାରୁ ଅଲଗା ରହିବା ଆରମ୍ଭ କରିଛନ୍ତି। ରେଡିଟରେ ଜଣେ ବ୍ୟବହାରକାରୀ ଏକ ପୋଷ୍ଟ କରି ଇଶା ଓ ଭରତ ଅଲଗା ରହୁଥିବା ନେଇ ଲେଖିବା ପରେ ଏହି ଖବର ସାମ୍ନାକୁ ଆସିଥିଲା।
ପୋଷ୍ଟରେ ଲେଖାଯାଇଥିଲା ଯେ ଇଶା ଏବଂ ଭରତ ପରସ୍ପରଠାରୁ ଅଲଗା ରହିବା ଆରମ୍ଭ କରିଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ଏକାଠି ଦେଖିବାକୁ ପାଉନାହାନ୍ତି ଦର୍ଶକ। ବ୍ୟବହାରକାରୀ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ନୂଆ ବର୍ଷ ଦିନ ବେଙ୍ଗାଲୁରୁର ଏକ ପାର୍ଟୀରେ ଇଶାଙ୍କ ସ୍ୱାମୀ ଭରତଙ୍କୁ ଦେଖିଥିଲେ। ସେଠାରେ ସେ ତାଙ୍କର ଜଣେ ଗର୍ଲଫ୍ରେଣ୍ଡଙ୍କ ସହିତ ଥିଲେ। ଏହି କାରଣରୁ ଇଶା ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଥିବା ଚର୍ଚ୍ଚା ହୋଇଛି।
Powered by Froala Editor