କୋରୋନା: ୨୪ ଘଣ୍ଟାରେ ୧୮୦ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ : ପୁଣି ଥରେ ଅନେକ ସ୍ଥାନରେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖାଯାଉଛି। ପ୍ରତ୍ୟେକ ଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ମିଳିଥିବା ସୂଚନାନୁଯାୟୀ, ଦେଶରେ ୨୪ ଘଣ୍ଟାରେ ୧୮୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨,୮୦୪ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସଂକ୍ରମଣ କାରଣରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଡିସେମ୍ବର ୫ ପର୍ଯ୍ୟନ୍ତ ମାମଲାରେ ହ୍ରାସ ହେଉଥିବା ରେକର୍ଡ କରାଯାଇଥିବା ବେଳେ ଶୀତ ବଢିବା ପରେ ପୁଣି ଏଥିରେ ବୃଦ୍ଧି ହେଉଥିବା ଦେଖାଯାଉଛି।
Powered by Froala Editor