ବାପା ମାକୁ ପନିକିରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଝିଅ
ବାଲେଶ୍ୱର: ମୋବାଇଲ ପାଇଁ ଜଣେ ଝିଅ ବାପା ମାଙ୍କୁ ହାଣିଲା। ଖାଇବା ବେଳେ ବାପା ମା ଝିଅକୁ ମୋବାଇଲ ବ୍ୟବହାର କରିବାକୁ ବାରଣ କରିବାରୁ ଏଭଳି କାଣ୍ଡ ଘଟାଇଛି ଝିଅ। ଜନ୍ମଦାତା ବାପା ମାଙ୍କୁ ପନିକିରେ ହାଣି ଲହୁଳୁହାଣ କରିଛି ଝିଅ। ଗୁରୁତର ହୋଇ ବାପା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ସରସଙ୍ଖ ହାତିଗଢିଆ ଗାଁରେ।
ସୂଚନା ଅନୁସାରେ ହାତିଗଢିଆ ଗାଁର ରଞ୍ଜିତ ସିଂ ଓ ବୁଧୁନି ସିଂଙ୍କ ବଡ଼ ଝିଅ କୁନି ବିବାହ ପରେ ବାପ ଘରେ ରହୁଥିଲେ। ସୋମବାର ରାତି ୯ଟାରେ ଖାଇବା ବେଳେ ଫୋନରେ କଥା ହେଉଥିବାରୁ ବାପା ମା ବିରକ୍ତି ପ୍ରକାଶ କରିଥିଲେ। ଏହି ସମୟରେ ନିଶାସକ୍ତ ଝିଅ ବାପା ମାକୁ ପନିକିରେ ଗୋଡ଼ାଇ ଗୋଡ଼ାଇ ହାଣିବାରୁ ଗାଁ ଲୋକେ ଝିଅକୁ ଧରି ଦୌଡ଼ିରେ ବାନ୍ଧି ପୋଲିସ ଜିମା ଦେଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ବାପାମା ସୋର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ପରେ ରଂଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ଝିଅ କୁନି ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
Powered by Froala Editor