୨ ପୁଅ ପରେ ଝିଅ ଚାହୁଁଥିଲା ବାପା, ପୁଣି ପୁଅ ହେବାରୁ ମାରିଦେଲା

୨ଟି ପୁଅ ପରେ ଝିଅ ଚାହିୁଁଥିଲା ବାପା । ହେଲେ ପୁଣି ପୁଅ ହେବାରୁ ତଣ୍ଟି ଚିପି ମାରିଦେଇଛି ନୃଶଂସ ବାପା । ଏମିତି କାଣ୍ଡ ଘଟିଛି ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲାର ବଜ୍ଜର୍ୱାଡା ଗାଁରେ ।
ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଅନୀଲ ଉଇକେ ମଦ ପିଇ ଘରକୁ ଆସିଥିଲେ। ସେ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ ଓ ୧୨ ଦିନର ଶିଶୁ ପୁତ୍ରକୁ ତାଙ୍କ ଠାରୁ ଛଡ଼ାଇ ନେଇଥିଲେ। ଏହା ପରେ ଭୟରେ ଅନୀଲଙ୍କ ପତ୍ନୀ ସେଠାରୁ ଦୌଡ଼ି ପଳାଇଥିଲେ। କିଛି ସମୟ ପରେ ତାଙ୍କ ପତ୍ନୀ ଘରକୁ ଫେରି ନବଜାତ ଶିଶୁପୁତ୍ର ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଶିଶୁଟି ମରି ଯାଇଥିବା ଜଣାପଡ଼ିଥିଲା।
ପୁଲିସ୍ କହିବା ମୁତାବକ, ଅଭିଯୁକ୍ତ ଅନୀଲ ଉଇକେଙ୍କର ୨ଟି ପୁଅ ଅଛନ୍ତି। ପତ୍ନୀ ତୃତୀୟ ଥର ଗର୍ଭବତୀ ହେବା ପରେ ଝିଅଟିଏ ହେବ ବୋଲି ସେ ଆଶା ରଖିଥିଲେ। କିନ୍ତୁ ପୁଣି ପୁଅ ହେବାରୁ ସେ ରାଗି ଯାଇଥିଲେ ଓ ଛୁଆଟିକୁ ମାରି ଦେଇଥିଲେ।
Powered by Froala Editor