‘ପଞ୍ଚାୟତ ମୌସମ ସେବା’ ଜରିଆରେ ଲୋକେ ପାଇବେ ପାଣିପାଗ ତଥ୍ୟ
ଭୁବନେଶ୍ୱର: ଏଣିକି ପ୍ରତି ପଞ୍ଚାୟତରେ ପାଣିପାଗର ତଥ୍ୟ ପହଞ୍ଚିବ । ଆଇଏମଡିର ମୋବାଇଲ ଆପ ଜରିଆରେ ଏହି ତଥ୍ୟ ପହଞ୍ଚା ଯିବାର ବ୍ୟବସ୍ଥା କରାଯାଇଛି । ‘ପଞ୍ଚାୟତ ମୌସମ ସେବା’ ଜରିଆରେ ଲୋକେ ପାଣିପାଗ ତଥ୍ୟ ପାଇବେ । ଆଇଏମଡିର ୧୫୦ବର୍ଷ ପୂର୍ତ୍ତି ଅବସରରେ ପଞ୍ଚୟତରେ ପହଞ୍ଚିବା ଲକ୍ଷ୍ୟ ରହିଛି । ସବୁଠାରୁ ବଡ଼ କଥା ହେଉଛି ୧୨ଟି ଭାଷାରେ ଲୋକଙ୍କ ପାଖରେ ପାଣିପାଗ ତଥ୍ୟ ପହଞ୍ଚିବ । ଏହି ପରିପ୍ରେକ୍ଷରେ ଆଜି ଉପରାଷ୍ଟ୍ରପତି ‘ପଞ୍ଚାୟତ ମୌସମ ସେବା’ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି ।
ପ୍ରକାଶ ଯେ ଆଜି ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ ପୂରିଛି । ୧୮୭୫ ମସିହା ଜାନୁଆରୀ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ପାଣିପାଗ ବିଭାଗ । ଏହି ୧୫୦ ବର୍ଷ ଭିତରେ ବିଭିନ୍ନ ସମୟରେ ପାଣିପାଗର ପ୍ରାକ୍ ସୂଚନା ଦେଇ ଚାଲିଛି ଆଇଏମ୍ଡି । ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ । ନିକଟରେ ଫନି, ହୁଡ୍ହୁଡ୍, ଫାଇଲିନ୍ ପରି ବାତ୍ୟା ଦେଖିଛି ଓଡ଼ିଶା । ହେଲେ ପାଣିପାଗ ବିଭାଗର ସଠିକ୍ ଆଗୁଆ ଆକଳନ ପାଇଁ ଏପରି ପ୍ରଳୟଙ୍କାରୀ ବାତ୍ୟାର ମୁକାବିଲା କରାଯାଇପାରିଛି । ଅନେକ ଧନ ଜୀବନ ରକ୍ଷା କରାଯାଇପାରିଛି । ସବୁଠୁ ବଡ଼ କଥା ହେଉଛି, ଏବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି ଜଣେ ଓଡ଼ିଆ । ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍ଡି ଡିଜି ଭାବେ କାର୍ୟ୍ୟରତ । ତାଙ୍କ ନେତୃତ୍ୱରେ ଭାରତୀୟ ପାଣିପାଗ ବିଭାଗ ଅନେକ ନୂଆ ନୂଆ ଗବେଷଣା ଜାରି ରହିଛି ।
Powered by Froala Editor