ସେନା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ଜାନୁଆରୀ ୧୫ ତାରିଖ ଅର୍ଥାତ୍ ଆଜି ସେନା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରର ସାହସିକତା ଏବଂ ନିଃସ୍ବାର୍ଥପର ବଳିଦାନକୁ ନମସ୍କାର। ଆମ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ଜାତୀୟ ସ୍ବାର୍ଥକୁ ସବୁକିଛି ଉପରେ ରଖିଥିବା ସାହସୀ ପୁରୁଷ ଏବଂ ମହିଳାମାନଙ୍କର ଅଦମ୍ୟ ଆତ୍ମା ଏବଂ ଅଦମ୍ୟ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।
ପ୍ରକାଶ ଯେ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଜାତୀୟ ସେନା ଦିବସ ପାଳନ କରାଯାଏ । ଭାରତୀୟ ସେନା ସର୍ବଦା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ । ସେ ଯୁଦ୍ଧ ହେଉ, ଦେଶରେ ଏକ ବଡ଼ ଦୁଃଖଦ ଘଟଣା ପରେ ଉଦ୍ଧାର କାର୍ୟ୍ୟ ହେଉ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇବା ହେଉ ସବୁ କାର୍ୟ୍ୟରେ ଆଗଭର ଭାରତୀୟ ସେନା । ଦେଶପାଇଁ ବଳିଦାନ ଦେବାକୁ ସର୍ବଦା ପ୍ରସ୍ତୁତ । ଆତଙ୍କବାଦୀ ମୁକାବିଲା ପାଇଁ ସୈନିକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ଭୟ କରନ୍ତି ନାହିଁ । ଭାରତୀୟ ସେନାର ପରାକାଷ୍ଠା ଏବଂ ପରାକ୍ରମର ସମ୍ମାନ ପାଇଂ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଏ ।
Powered by Froala Editor