ପରିକ୍ରମା ମହାଯଜ୍ଞ ଆଜିଠୁ
ପୁରୀ : ଆଜିଠୁ ପରିକ୍ରମା ମହାଯଜ୍ଞ । ପାଖେଇ ଆସୁଛି ସେହି ବହୁ ପ୍ରତିକ୍ଷିତ ମୂହୁର୍ତ୍ତ। ଦିନକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଆଜିଠାରୁ ଅଖଣ୍ଡ ଦୀପ ସ୍ଥାପନ ସହ ଆରମ୍ଭ ହୋଇଯିବ ଯଜ୍ଞ ବିଧି। ଏଥିସହ ଶ୍ରୀମନ୍ଦିର ଚାରିଦ୍ଵାରରେ ଋକ୍, ସାମ୍, ଯଜ୍ଜୁ ଓ ଅଥର୍ବ ବେଦ ପାଠ ଆରମ୍ଭ ହେବ।
ଷୋହଳ ଶାସନ ବ୍ରାହ୍ମଣଙ୍କ ଦ୍ବାରା ପ୍ରଭୁ ନୃସିଂହଙ୍କ ମନ୍ତ୍ରରେ ମନ୍ତ୍ରସିକ୍ତ ହେବ ଶ୍ରୀମନ୍ଦିର ଐଶାନ୍ୟ କୋଣ ମହାଯଜ୍ଞ ସ୍ଥଳ। ଆଜି ପବିତ୍ର ମକର ସଂକ୍ରାନ୍ତିରେ ଅଖଣ୍ଡ ଦୀପ ପ୍ରଜ୍ଜ୍ବଳନ ହେବ । ଅପରାହ୍ଣ ୩ଟାରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚୟନ ହୋଇଥିବା ୪୮ଜଣ ଆଚାର୍ୟ୍ୟ ଯଜ୍ଞସ୍ଥଳରେ ଏକାଠି ହୋଇଛନ୍ତି।
ସେପଟେ ପଞ୍ଚ ମହାଦେବ ଓ ଅନ୍ୟ ଦେବଦେବୀ ପୀଠରେ ତିନିଦିନ ବ୍ୟାପୀ ପୂଜାର୍ଚ୍ଚନାର ବ୍ୟାପକ ଆୟୋଜନ କରାଯାଇଛି। ୧୭ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିବେ। ଭକ୍ତଙ୍କ ଉତ୍କଣ୍ଠା ବଢ଼ିଛି। ଶ୍ରୀକ୍ଷେତ୍ରରେ ଲାଗିଲାଣି ଭକ୍ତଙ୍କ ଭିଡ଼।
Powered by Froala Editor