ପୂରଣ ହେବ ୩୨ ବର୍ଷର ସଂକଳ୍ପ
ଅଯୋଧ୍ୟାରେ ନିର୍ମିତ ହୋଇଥିବା ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ମୋଦିଙ୍କ ଅର୍କାଇବ ନାମର ଟୁଇଟର ହ୍ୟାଣ୍ଡେଲରେ ୩୨ବର୍ଷ ପୂର୍ବେ କିଛି ଫଟୋ ସେୟାର କରାଯାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ବିଜେପି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀଙ୍କ ସହିତ ଅଯୋଧ୍ୟାରେ ପୂଜାପାଠ କରୁଥିବା ଦେଖିବାକୁ ମିଳୁଛି।
ନରେନ୍ଦ୍ର ମୋଦି ୧୯୯୨ରେ ଗୁଜରାଟ ବିଜେପିର ପୂର୍ବତନ ଆରଏସଏସ ପ୍ରଚାରକ ତଥା ସାଧାରଣ ସମ୍ପାଦକ ମୁରଲୀ ମନୋହର ଯୋଶୀଙ୍କ ସହ କନ୍ୟାକୁମାରୀରୁ କଶ୍ମୀର ଅଭିମୁଖେ ଯାତ୍ରା କରିଥିଲେ। ସେ ଅଯୋଧ୍ୟାରେ ପହଞ୍ଚି ଏକ ତମ୍ବୁରେ ବସିଥିଲେ। ଏଠାରେ ସେ ପ୍ରଭୁ ଶ୍ରୀ ରାମଙ୍କର ଦର୍ଶନ ପାଇଥିଲେ। ଦର୍ଶନ ପରେ ଯେତେବେଳେ ଜଣେ ସାମ୍ବାଦିକ ନରେନ୍ଦ୍ର ମୋଦିଙ୍କୁ ପୁଣି ଏଠାକୁ କେବେ ଆସିବେ ବୋଲି ପଚାରିଥିଲେ, ସେ କହିଥିଲେ ମନ୍ଦିର ନିର୍ମାଣ ପରେ ହିଁ ସେ ଅଯୋଧ୍ୟାକୁ ଫେରିବେ।
ଅଯୋଧ୍ୟାରେ ଥିବା ରାମ ମନ୍ଦିର ବିଷୟରେ ନରେନ୍ଦ୍ର ମୋଦି କେତେ ଗମ୍ଭୀର ଥିଲେ, ୧୯୯୮ରେ ମରିସସରେ ଚାଲିଥିବା ଅନ୍ତର୍ଜାତୀୟ ରାମାୟଣ ସମ୍ମିଳନୀରେ ଦେଇଥିବା ଭାଷଣରୁ ମଧ୍ୟ ଏହା ଜାଣିହେବ। ତା’ପରେ ସେ ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ଶ୍ରୀ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ସମ୍ପର୍କରେ ନିଜର ମତ ରଖିଥିଲେ। ଏହି ଫଟୋ ସହିତ ଲେଖାହୋଇଛି, ‘ଶେଷରେ ମୋଦୀ ସରକାରଙ୍କ ତପସ୍ୟା ଫଳପ୍ରଦ ହୋଇଛି।’
Powered by Froala Editor