ଆଜିଠୁ ରାହୁଲଙ୍କ 'ଭାରତ ଯୋଡ ନ୍ୟାୟ ଯାତ୍ରା' ଆରମ୍ଭ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି 'ଭାରତ ଯୋଡ ନ୍ୟାୟ ଯାତ୍ରା' । ଏହି ଯାତ୍ରା ହିଂସା ପ୍ରଭାବିତ ମଣିପୁରର ଥୋବଲରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ୱାଇରେ ଶେଷ ହେବ । ୬୬ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଦେଶର ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଅତିକ୍ରମ କରିବ । ଏହି ସମୟରେ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ପ୍ରାୟ ୬ ହଜାର ୭୧୩ କି.ମି ପଦଯାତ୍ରା କରିବେ ରାହୁଲ ଗାନ୍ଧୀ । ତେବେ ଲୋକସଭା ନିର୍ବାଚନ ପୂର୍ବରୁ ବେରୋଜଗାର, ଦରବୃଦ୍ଧି ଓ ସାମାଜିକ ନ୍ୟାୟ ଭଳି ମୁଦ୍ଦା ଉପରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ କଂଗ୍ରେସର ପ୍ରୟାସ ରହିଥିବା ବେଳେ ଏହି ଯାତ୍ରାର ବେଶ ପ୍ରଭାବ ରହିଛି ।
ଆଜି ମଣିପୁରର ଥୋବଲରୁ ଆରମ୍ଭ ହେବ । ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ । ମୁମ୍ୱାଇରେ ଏହି ଯାତ୍ରା ସମାପନ ହେବ ।
Powered by Froala Editor