ପ୍ରତିଦିନ ୧୦ ମିନିଟ୍ ଅଭ୍ୟାସ କରନ୍ତୁ ବାଳାସନ

ଉତ୍କଣ୍ଠା ଏବଂ ଅବସାଦ ଅନୁଭବ ହେଉଛି କି? ରାତିରେ ନିଦ ମଧ୍ୟ ହେଉ ନାହିଁ? ସୁନିଦ୍ରା ପାଇଁ ଡାକ୍ତରୀ ଔଷଧ ସେବନ ପାଇଁ ଯଦି ଚିନ୍ତା କରୁଥାନ୍ତି ତେବେ ରହିଯାଆନ୍ତୁ। ଔଷଧ ଖାଇବା ପୂର୍ବରୁ ପ୍ରତିଦିନ ୫ ରୁ ୧୦ ମିନିଟ୍ ବାଳାସନର ଅଭ୍ୟାସ କରନ୍ତୁ। ଏହି ଆସନ ଆପଣଙ୍କୁ ସୁନିଦ୍ରା ସହ ଅବସାଦରୁ ମଧ୍ୟ ଦୂରରେ ରଖିବ।
କିପରି କରିବେ ବାଳାସନ: ଚଟାଣରେ ଆଣ୍ଠେଇବା ପରି ବସି ରୁହନ୍ତୁ। ଦୁଇ ହାତକୁ ପାଦର ଦୁଇ ପାଖରେ ଖୋଲା କରି ରଖନ୍ତୁ। ଧୀରେ ଧୀରେ ମୁଣ୍ଡକୁ ଆଗକୁ ଝୁକାଇ ତଳେ ମୁଣ୍ଡକୁ ଲଗାନ୍ତୁ। ଏହି ସ୍ଥିତିରେ ଅତିକମ୍ରେ ୫ ମିନିଟ୍ ପର୍ୟ୍ୟନ୍ତ ରୁହନ୍ତୁ। ଏହି ଆସନରେ ଥିବା ସମୟରେ ଆଖି ବନ୍ଦ ରଖିବେ ଏବଂ ସ୍ୱାଭାବିକ ଶ୍ୱାସକ୍ରିୟା ଜାରି ରଖିବେ।
ଏହି ଆସନକୁ ଆପଣ ଶୋଇବାକୁ ଯିବା ପୂର୍ବରୁ କରିପାରିବେ। ଯଦି ବିଳମ୍ବିତ ରାତିରେ ନିଦ ଭାଙ୍ଗିଯାଏ ଏବଂ ନିଦ ନ ହୁଏ, ତେବେ ବିଛଣାରେ ପୁନର୍ବାର ଏହି ଆସନ କରିପାରିବେ।
Powered by Froala Editor