ସରକାରୀ ଶିକ୍ଷକଙ୍କୁ ଅପହରଣ କରି ବାହା କରିଦେଲେ

ସରକାରୀ ଚାକିରି ଖଣ୍ଡେ ମିଳିଗଲେ ଖୁସି କହିଲେ ନସରେ । ହେଲେ ଏଠି ସରକାରୀ ଚାକିରିଆଙ୍କୁ ଘାରିଛି ଭୟ । କେତେବେଳେ ଆପଣ ଅପହରଣ ହୋଇଯିବେ ଆଉ ବାହା ହୋଇଯିବେ ଜାଣିପାରିବେନି । ଏମିତି ଅଜବ କାଣ୍ଡ ଘଟାଉଛନ୍ତି ବିହାରର ବାସିନ୍ଦା । ଏଭଳି ଘଟଣା ବାରମ୍ବାର ଘଟୁଛି। ଗତ ମାସରେ ଜଣେ ସରକାରୀ ଶିକ୍ଷକଙ୍କୁ ଅପହରଣ ପରେ ବଳପୂର୍ବକ ଜଣେ ଯୁବତୀଙ୍କ ସହ ବାହା କରି ଦିଆଯାଇଥିଲା । ଗତ ଶୁକ୍ରବାର ଦିନ ଏହି ଘଟଣାର ପୁନରାବୃତ୍ତି ଘଟିଛି ।ମୁକେଶ କୁମାର ନାମକ ଜଣେ ଶିକ୍ଷକଙ୍କୁ ସମାନ ଢଙ୍ଗରେ ଅପହରଣ କରାଯାଇ ବାହା କରିଦିଆଯାଇଛି।
ସୂଚନାଯୋଗ୍ୟ ଯେ ମୁକେଶ କୁମାର ନିକଟରେ ବିହାର ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା ଦେଇ ପାସ୍ କରିବା ପରେ ସରକାରୀ ଶିକ୍ଷକ ଚାକିରି ପାଇଛନ୍ତି । ବିବାହ ପରେ ମୁକେଶ କୁମାର କହିଛନ୍ତି, ମୁଁ ଏହି ବିବାହରେ ଜମା ରାଜି ନାହିଁ । ସୁଯୋଗ ମିଳିଲେ ମୁଁ ଅନ୍ୟତ୍ର ବିବାହ କରିବି । ନିକଟରେ ମୁକେଶଙ୍କର ଜଣେ ବଂଧୁଙ୍କୁ ମଧ୍ୟ ଏଭଳି ଢଙ୍ଗରେ ବାହା କରିଦିଆଯାଇଥିଲା।
ଅନ୍ୟପକ୍ଷରେ ମୁକେଶ ରାଜି ବୋଲି ଜାଣିବା ପରେ ସଂପୃକ୍ତ କନ୍ୟା ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଚାକିରି କରିବା ଆଗରୁ ମୁକେଶ ତାଙ୍କ ସହ ସଂପର୍କ ରଖିଥିଲେ । କିନ୍ତୁ ଏବେ ଚାକିରି କରିବା ପରେ ଆଉ ଧରାଛୁଆଁ ଦେଉନଥିଲେ । ବାଧ୍ୟ ହୋଇ ତାଙ୍କ ପରିବାର ଲୋକ ଏଭଳି ପନ୍ଥା ଆପଣାଇଥିବା ସେ କହିଛନ୍ତି ।
ତେବେ ଏହା ଗୋଟିଏ ଘଟଣା ନୁହେଁ, ବିହାରରେ ଏଭଳି ଘଟଣା ବାରମ୍ବାର ଘଟୁଛି । ବିଶେଷ କରି କନ୍ୟାପିତାମାନେ ସରକାରୀ ବରକୁ ଅଧିକ ପସନ୍ଦ କରୁଥିବାରୁ ଏଭଳି ଘଟଣା ଘଟୁଥିବା କୁହଯାଉଛି ।
Powered by Froala Editor