୧୫ ପର୍ଯ୍ୟନ୍ତ ଲାଗି ରହିବ ଘନକୁହୁଡି
ନୂଆଦିଲ୍ଲୀ: ଉତ୍ତର, କେନ୍ଦ୍ର ଓ ଉତ୍ତରପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବଳ ଶୀତ ସହିତ ଘନକୁହୁଡ଼ି ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଜାନୁୟାରି ୧୫ ପର୍ୟ୍ୟନ୍ତ ଏହିଭଳି ଘନକୁହୁଡି ଲାଗି ରହିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜାନୁୟାରି ୧୧ରୁ ୧୫ ତାରିଖ ପଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ବିଭିନ୍ନ ଅଂଚଳରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି।
ଗୁରୁବାର ସକାଳ ସାଢେ ୫ ଟା ସୁଦ୍ଧା ପଞ୍ଜାବର ବଥିଣ୍ଡା ଓ ଆଗ୍ରାର ଦୃଶ୍ୟମାନତା ୦ ମିଟର କୁ ଖସିଯାଇଛି। ଠିକ୍ ସେହିଭଳି ତ୍ରିପୁରାରର ଅଗ୍ରତାଲାରେ ୨୫ମିଟର ଏବଂ ଜମ୍ମୁର, ଉତ୍ତରପ୍ରଦେଶ, ବାରାଣାସୀ, ମଧ୍ୟପ୍ରଦେଶର ସତନା , ବିହାରର ପୁଣ୍ଣିଆ , ଆସାମର ତେଜପୁର ଓ ହରିୟାଣାର ହିସାରରେ ୫୦ମିଟର ତଳକୁ ଖସିଥିବାର ଦେଖିବାକୁ ମିଳିଛି।ଦିଲ୍ଲୀର ପଲମ ଅଂଚଳରେ ୧୦୦ମିଟର, ଭୋପାଲ୍ ଓ ରାଜସ୍ଥାନରେ ୨୦୦ମିଟର ରେର୍କଡ କରାଯାଇଛି । ଜାନୁଆରି ୧୧ ଓ ୧୨ତାରିଖରେ ଜମ୍ମୁ ଡିଭିଜନ, ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡ , ଉତ୍ତର ମଧ୍ୟପ୍ରଦେଶ , ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ସିକିମରେ ମଧ୍ୟ ଏହିଭଳି ସମାନ ସ୍ଥିତି ଜାରି ରହିବ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜାନୁଆରି ୧୧ରେ ହରିଆଣା , ଚଣ୍ଡିଗଡ , ଦିଲ୍ଲୀ , ପଞ୍ଜାବର କିଛି ଅଂଶ ଓ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିବ। ପରେ ଏହା ଧିରେ ଧିରେ ହ୍ରାସ ପାଇବ ।
ସେହିପରି ସୂଚନା ରହିଛି ଯେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ କେନ୍ଦ୍ରୀୟ ଓ ପୂର୍ବ ଭାରତର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀକୁ ହ୍ରାସ ପାଇବ । ଆସନ୍ତା ୧୧ଓ ୧୨ତାରିଖରେ ଉତ୍ତରାଖଣ୍ଡରେ ଶୀତ ଅନୁଭବ ହେବାର ବୁଲେଟିନରେ କୁହାଯାଇଛି। ଯେବେକି ଆସନ୍ତା ଦୁଇ ଦିନ ଭିତରେ ତାମିଲନାଡୁ , କେରଳ, କଣ୍ଣାଟକ ଓ ଲକ୍ଷଦ୍ୱୀପର କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ଓ ଏହାପରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
Powered by Froala Editor