କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ନୋଏଡାରେ କ୍ରିକେଟ ଖେଳୁଥିବା ବେଳେ ହୃଦଘାତ ନେଲା ଇଞ୍ଜିନିୟରଙ୍କ ଜୀବନ। ଯାହାର ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ନୋଏଡାରେ ଜାନୁଆରି ୬ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମ୍ୟାଚ୍ ଖେଳୁଥିବା ବେଳେ ଜଣେ ୩୬ ବର୍ଷୀୟ ଇଞ୍ଜିନିୟରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ବିକାଶ ନେଗି ନାମକ ଜଣେ ବ୍ୟକ୍ତି ରନ୍ ପାଇଁ ଦୌଡୁଥିବା ବେଳେ ହଠାତ୍ ତଳେ ପଡିଯାଇଥିଲେ ।
ମୃତ ଇଞ୍ଜିନିୟର ବିକାଶ ନେଗି ଉତ୍ତରାଖଣ୍ଡର ବାସିନ୍ଦା। ନୋଏଡାରେ ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଥିବାରୁ ସେ ଉତ୍ତରାଖଣ୍ଡରୁ ଆସି ରୋହିଣୀରେ ରହିବା ଆରମ୍ଭ କରିଥିଲେ।
ସୂଚନା ମୁତାବକ, ଶନିବାର ଛୁଟି ଥିବାରୁ ଅପରାହ୍ନରେ ସେ ନିଜ ସାଙ୍ଗମାନଙ୍କ ସହିତ କ୍ରିକେଟ୍ ଖେଳିବାକୁ ବାହାରକୁ ଯାଇଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଇଞ୍ଜିନିୟରଜଣକ ଅଚେତ ହୋଇ ପଡ଼ିଆରେ ପଡ଼ିଯାଉଥିବା ଦେଖିବାକୁ ମିଳିଛି। ସେ ତଳେ ପଡ଼ିବା ପରେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ପୁଲିସକୁ ଏନେଇ ସୂଚନା ଦିଆଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ।
Powered by Froala Editor