ଲଞ୍ଚ୍ ହେଲା ଦୃଷ୍ଟି ୧୦ ଷ୍ଟାର୍ ଲାଇନର୍ ଡ୍ରୋନ୍

ହାଇଦ୍ରାବାଦ: ଆଦାନୀ ଡିଫେନ୍ସ ଆଣ୍ଡ୍ ଏରୋସ୍ପେସ୍ ଦ୍ୱାରା ନିର୍ମିତ ଦୃଷ୍ଟି ୧୦ ଷ୍ଟାର୍ ଲାଇନର୍ ଡ୍ରୋନ୍ ଲଞ୍ଚ୍ ହୋଇଛି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ୍ ଆର. ହରି କୁମାର ହାଇଦ୍ରାବାଦରେ ଏହାକୁ ଲଞ୍ଚ୍ କରିଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ କହିଛନ୍ତି, ଏହା ଭାରତୀୟ ନୌସେନାର କ୍ଷମତା ବୃଦ୍ଧି କରିବ। ସେ ଆହୁରି କହିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ନୌସେନା ୟୁଏଭିର ବ୍ୟବହାର କରୁଛି। ଦୃଷ୍ଟି ୧୦ ପରି ଡ୍ରୋନର ସ୍ୱଦେଶୀକରଣ ଆମକୁ ଏହି କ୍ଷମତାଗୁଡ଼ିକୁ ସ୍ୱଦେଶୀ ଭାବରେ ହାସଲ କରିବାରେ ସାହାଯ୍ୟ କରିବ।
କମ୍ପାନୀ କହିଛି ଯେ, ଏହା ହେଉଛି ସମସ୍ତ ପ୍ରକାର ପାଣିପାଗରେ କାର୍ଯ୍ୟ କରୁଥିବା ଏକମାତ୍ର ସାମରିକ ପ୍ଲାଟଫର୍ମ, ଯାହା ଦୁଇଟି ଏୟାରଫିଲ୍ଡରେ ଉଡିପାରିବ। ନୌସେନାର ସାମୁଦ୍ରିକ ଅଭିଯାନରେ ସାମିଲ ହେବା ପାଇଁ ୟୁଏଭି ହାଇଦ୍ରାବାଦରୁ ପୋରବନ୍ଦର ଅଭିମୁଖେ ଯାତ୍ରା କରିବ।
Powered by Froala Editor