ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପକୁ ଝଟକା : ୩ ଦିନରେ ୧୦୦ କୋଟି କ୍ଷତି
ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର ଅନେକ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ଭାରତୀୟମାନେ ମାଳଦ୍ୱୀପ ବୟକଟ ଅଭିଯାନ ଆରମ୍ଭ କରିଛନ୍ତି। ଭାରତୀୟମାନେ ପ୍ରତ୍ୟେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାକ୍ଷାଦ୍ୱୀପର ଫଟୋ ଶେୟାର କରିବା ସହ ଏହାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ଭାରତୀୟଙ୍କ ଏହି ଅସନ୍ତୋଷ ଯୋଗୁ ତିନି ଦିନ ମଧ୍ୟରେ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ଏକ ବଡ଼ ଝଟକା ପାଇଛି।
୧୦,୫୦୦ରୁ ଅଧିକ ହୋଟେଲ୍ ବୁକିଂ କ୍ୟାନସଲ୍ କରିଛନ୍ତି ଭାରତୀୟ । ୫୫୦୦ରୁ ଅଧିକ ଫ୍ଲାଇଟ୍ ଟିକେଟ୍ ମଧ୍ୟ ବାତିଲ୍ ହୋଇଛି । ମାଳଦ୍ବୀପର ପ୍ରମୁଖ ଆୟ ପର୍ଯ୍ୟଟନରୁ ହିଁ ଆସିଥାଏ । ଏବେସୁଦ୍ଧା ଗତ ୩ ଦିନରେ ୧୦୦ କୋଟି ଟଙ୍କାର କ୍ଷତି ହେଲାଣି । ଏକାଧିକ ଟ୍ରାଭେଲ୍ କଂପାନୀ ସେମାନଙ୍କର ପ୍ୟାକେଜ୍ ବାତିଲ କରିଛନ୍ତି । ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ହେଉଛି #BoycottMaldives । ମାଳଦ୍ବୀପ ହୋଟେଲ ଆସୋସିଏସନ୍ ପକ୍ଷରୁ ମେକ୍ ମାଇଁ ଟ୍ରିପକୁ ଲେଖାଯାଇଛି ଚିଠି ।
ରିପୋର୍ଟ ଅନୁଯାୟୀ, ମାଳଦ୍ୱୀପ ପ୍ରତି ଭାରତୀୟଙ୍କ ଉପରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଭାରତ ସହ ସମ୍ପର୍କ ନଷ୍ଟ ହେବା ମାଳଦ୍ୱୀପର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଛି। ତେବେ ଭାରତୀୟଙ୍କ ଏହି ପଦକ୍ଷେପ ଭାରତୀୟ ପର୍ଯ୍ୟଟନ ପାଇଁ ଏକ ଲାଇଫ ଲାଇନ ଭାବରେ ବିବେଚନା କରାଯାଉଛି।
Powered by Froala Editor