ଇଡି ଟିମ୍ କୁ ସଂଘବଦ୍ଧ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା
ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରକୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଟିଏମସି ନେତାଙ୍କ ଘରେ ଚଢାଉ କରିବାକୁ ଯାଇଥିବା ସମୟରେ ଏହି ଆକ୍ରମଣ କରାଯାଇଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଅଧିକାରୀଙ୍କୁ ଆକ୍ରମଣ ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି। ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢାଉ କରିବାକୁ ଇଡିର ଏକ ଟିମ୍ ସେଠାରେ ପହଞ୍ଚିଥିଲା। ରିପୋର୍ଟ ଅନୁସାରେ, ରାସନ ସ୍କାମ ସହ ଜଡିତ ଏକ ମାମଲାରେ ଚଢାଉ ପାଇଁ ଯାଇଥିଲା ଇଡି। ଏହି ସମୟରେ ୧୦୦-୨୦୦ ସ୍ଥାନୀୟ ଲୋକ ଇଡି ଟିମ୍ ଉପରକୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଅଧିକାରୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏପରି ଘଟଣାକୁ ନେଇ ଦୃଢ ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର।
Powered by Froala Editor