କୁକୁରକୁ ବଞ୍ଚାଇବାକୁ ଯାଇ ବିଟେକ ଛାତ୍ରଙ୍କ ମୃତ୍ୟୁ
ଜଣେ ସାଂଗର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୨୩ ବର୍ଷ ବୟସ୍କ ବିଟେକ ଛାତ୍ରଙ୍କ ପ୍ରାଣ । ମୃତ ବି-ଟେକ ଛାତ୍ର ଜଣ ହେଲେ ସରଳ ନିଗମ। ସେ ବୁଧବାର ନିଜର ଦୁଇ ବାନ୍ଧବୀ ଓ ଏକ ପୋଷା କୁକୁର ସହ କେରଓ୍ୱା ଜଳଭଣ୍ଡାରକୁ ଯାଇଥିଲେ। ଏହି ସମୟରେ କେରଓ୍ୱା ନଦୀ ପାର୍ ହେଉଥିବା ବେଳେ କୁକୁରଟି ପାଣିକୁ ଖସିପଡିଥିଲା। ତାକୁ ବଞ୍ଚାଇବା ପାଇଁ ସରଳ ନଦୀକୁ ଡେଇଁ ପଡିଥିଲେ।
ପରେ ପରେ ଦୁଇ ବାନ୍ଧବୀ ମଧ୍ୟ ନଦୀକୁ ଡେଇଁ ଥିଲେ। କିଛି ସମୟ ପରେ କୁକୁର ପହଁରି ପହଁରି କୂଳକୁ ଆସିଯାଇଥିଲା। ଦୁଇ ସାଙ୍ଗ ମଧ୍ୟ ଫେରିଥିଲେ। ହେଲେ ସରଳ ନିଗମ କିନ୍ତୁ ଫେରି ନଥିଲେ। ସରଳ ବାପାମାଙ୍କ ଏକମାତ୍ର ପୁଅ ହୋଇଥିବାବେଳେ ସେ ୟୁପିଏସସି ଲାଗି ପ୍ରସ୍ତୁତ ହେଉଥିଲେ । ତଦନ୍ତକାରୀ ଅଧିକାରୀ ଏଏସଆଇ ଅନ୍ତରାମ ଯାଦବ କହିଛନ୍ତି ସରଳ ସ୍ଥାନୀୟ କେରଓ୍ବା ଡ୍ୟାମକୁ ନିଜ ସାଂଗମାନଙ୍କ ସହ ବୁଲିବାକୁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ସାଂଗର ଏକ ପୋଷା କୁକୁର ଡ୍ୟାମରେ ବୁଡିଯାଉଥିବାଦେଖି ତାକୁ ଉଦ୍ଧାର କରିାବ ଲାଗି ସାଂଗମାନଙ୍କ ସହ ସରଳ ଡ୍ୟାମ ଭିତରକୁ ପଶିଥିଲେ । ଘଣ୍ଟାଏ ସର୍ଚ୍ଚ ଅପରେସନ୍ ପରେ ତାଙ୍କର ମୃତଦେହ ମିଳିଥିଲା। ୧୦ ରୁ ୧୫ ଫୁଟ ଗଭୀର ଜଳସ୍ରୋତରେ ବୁଡି ଯାଇ ବି-ଟେକ୍ ସ୍ନାତକ ଛାତ୍ର ପ୍ରାଣ ହରାଇଥିବା ପୁଲିସ କହିଛି।
Powered by Froala Editor