ଖ୍ରୀଷ୍ଟ ମାସ ଧୁମଧାମରେ ପାଳିବାର ଦିନକ ପରେ ଆତ୍ମହତ୍ୟା କଲେ ଅଭିନେତ୍ରୀ

କୋରିଆ ଅଭିନେତା ଲି ସୁନ କ୍ୟୁନଙ୍କ ପରେ ଅଭିନେତ୍ରୀ ବୋନି ଲାଇ ସୁକ ୟିନ ମଧ୍ୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବର ଅନୁଯାୟୀ ୨୬ଡିସେମ୍ବରରେ ଅଭିନେତ୍ରୀ ଆତ୍ମହତ୍ୟା କରିଥିଲେ। ଅଭିନେତ୍ରୀ ଆତ୍ମହତ୍ୟା କରିବା ପାଇଁ ନିଜ କୋଠରୀରେ ଅଙ୍ଗାର ଜାଳି ଦେଇଥିଲେ। ଯେଉଁଥିପାଇଁ ସେ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇଗଲେ । ଏହା ଜଣାପଡିବା ପରେ ଅଭିନେତ୍ରୀଙ୍କ ପୁଅ ଶୀଘ୍ର ତାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏବଂ ଡାକ୍ତରମାନେ ଏହାକୁ ଆତ୍ମହତ୍ୟା ମାମଲା ବୋଲି ଘୋଷଣା କରିଛନ୍ତି।
ଏହି ଖବର ତାଙ୍କ ପୂର୍ବତନ ସ୍ବାମୀଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ତାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କାରଣ ଆତ୍ମହତ୍ୟାର ଗୋଟିଏ ଦିନ ପୂର୍ବରୁ ଅଭିନେତ୍ରୀ ଖ୍ରୀଷ୍ଟମାସକୁ ଧୁମଧାମରେ ନିଜ ପରିବାର ସହିତ ପାଳନ କରିଥିଲେ।
Powered by Froala Editor