କାମିଆ ଜାନିଙ୍କୁ ନେଇ ଏମିତି କହିଲେ ଗିରିରାଜ
ଭୁବନେଶ୍ୱର: ଜଣାଶୁଣା ବ୍ଲଗର କାମିଆ ଜାନିଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଉଭୟ ରାଜ୍ୟ ବିଜେପି ଓ କଂଗେସ ରାଜ୍ୟ ବିଜେଡି ସରକାରଙ୍କୁ ଏନେଇ ଟାର୍ଗେଟ କରୁଥିବାବେଳେ ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିରରେ ପବିତ୍ରତା ଉଲ୍ଲଂଘନ ବହୁତ ଚିନ୍ତାର ବିଷୟ । ଭି.କେ ପାଣ୍ଡିଆନଙ୍କ ଦ୍ବାରା ଜଣେ ବିଫ ପ୍ରମୋଟରଙ୍କୁ ପ୍ରବେଶ ଅନୁମତି ଧର୍ମ, ଇତିହାସ ଓ ଆଧ୍ୟାତ୍ମିକତା ପ୍ରତି ଉପେକ୍ଷା । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ପ୍ରତି ତ୍ୱରିତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ।
କାମିୟା ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଦାବି କରିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କାହା ନିଦେ୍ର୍ଧଶରେ କାମିୟା ଜାନିଙ୍କୁ ନେଇ ଶ୍ରୀମନ୍ଦିର ଯାଇଥିଲେ । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଯାଇଥିଲେ ତେବେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କ୍ଷମା ମାଗନ୍ତୁ । ସରକାର ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।
ସେହିପରି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ ଆଗାମୀ ଦିନରେ ଦଳ ଏହି ପ୍ରସଙ୍ଗକୁ ନେଇ ଚରମ ପଦକ୍ଷେପ ନେବ । ଏଥିସହ ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଡାକିଥିଲେ କି ବୋଲି ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ମହାପ୍ରସାଦ ପ୍ରଚାର ପାଇଁ କଣ ଏଭଳି ବ୍ଲଗରଙ୍କ ଆବଶ୍ୟକତା ପଡ଼ିଲା । ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ, ନଚେତ କଂଗ୍ରେସ ଚରମ ପଦକ୍ଷେପ ନେବ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ୟୁଟ୍ୟୁବର ବ୍ଲଗର କାମିୟା ଜାନି ପୁରୀ ଆସିଥିଲେ । 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ତାଙ୍କୁ ଶ୍ରୀମନ୍ଦିର ପରିଦର୍ଶନ କରାଇବା ସହ ଅବଢା ଖୁଆଇଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ମଧ୍ୟ କାମିୟାଙ୍କୁ ଇଣ୍ଟରଭ୍ୟୁ ଦେଇଥିଲା ପାଣ୍ଡିଆନ । ଏହାର ଫଟୋ ଭିଡିଓ ସୋସିଆଲ ମିଡିଆ ସାଇଟରେ ଅପଲୋଡ ହେବା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । କାରଣ ବ୍ଲଗର କାମିଆ ଜଣେ ଗୋମାଂସ ଭକ୍ଷଣକାରୀ ହୋଇଥିବା ବିଜେପି ଅଭିଯୋଗ ଆଣିଥିଲା । ଏହାସତ୍ତ୍ବେ ତାଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇବା ନେଇ ବିଜେଡି ନେତା ପାଣ୍ଡିଆନକୁ ଘେରିଥିଲା ବିଜେପି ।
Powered by Froala Editor