ରେସ୍ଲିଂରୁ ସନ୍ନ୍ୟାସ ଘୋଷଣା କଲେ ସାକ୍ଷୀ ମଲ୍ଲିକ
ଭାଜପା ଏମ୍ପି ବ୍ରିଜ୍ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂଙ୍କୁ ରେସଲିଂ ଫେଡେରେଶନ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯିବା ପରେ ସାକ୍ଷୀ ମଲିକ କୁସ୍ତିରୁ ଅବସର ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିବା ସହ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି ସାକ୍ଷୀ ମଲ୍ଲିକ।
କୁସ୍ତି ସଂଘ ନିର୍ବାଚନରେ ସଞ୍ଜୟ ସିଂହ କମନଲ ୱେଲ୍ଥ ଗେମର ସ୍ୱର୍ଣ୍ଣ ବିଜେତା ଅନିତା ଶିଓରାନଙ୍କୁ ୪୦ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ସଞ୍ଜୟ କୁସ୍ତି ସଂଘର ଅଧ୍ୟକ୍ଷ ହେବା ପରେ ସାକ୍ଷୀ ମଲ୍ଲିକ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।ସମ୍ମିଳନୀରେ ଭାବପ୍ରବଣ ଦେଖାଯାଉଥିବା ରେସଲର ସାକ୍ଷୀ କହିଛନ୍ତି ଯେ ଫେଡେରେଶନ ବିରୋଧରେ ଲଢେଇ ଅନେକ ବର୍ଷ ଲାଗିଛି। ଯିଏ ଆଜି ଅଧ୍ୟକ୍ଷ ହୋଇଛନ୍ତି, ସେ ତାଙ୍କ ପୁଅ ଠାରୁ ମଧ୍ୟ ପ୍ରିୟ ଅଟନ୍ତି ।
ଅନ୍ୟପଟେ ବିନେଶ ଫୋଗାଟ୍ କହିଛନ୍ତି , ଆମେ ସବୁ ପ୍ରକାର ଚେଷ୍ଟା କରିଛୁ ଏବଂ ତା’ପରେ ଦିଲ୍ଲୀ ରାସ୍ତାରେ ବସିଛୁ। ସଞ୍ଜୟ ସିଂଙ୍କୁ ଅଧ୍ୟକ୍ଷ କରାଯାଇଛି। ତାଙ୍କୁ ଅଧ୍ୟକ୍ଷ କରିବା ଅର୍ଥ ମହିଳା କୁସ୍ତିମାନଙ୍କୁ ପୁନର୍ବାର ଶିକାର ହେବାକୁ ପଡ଼ିବ ଆମେ ଯେଉଁ ଲଢେଇ ଲଢୁଥିଲୁ, ସେଥିରେ ସଫଳ ହୋଇପାରିଲୁ ନାହିଁ।
Powered by Froala Editor