ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ

ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ୩ ଯବାନ। ବୁଫଲିୟାଜରୁ ସେନାର ୨ଟି ଗାଡ଼ି (ଗୋଟିଏ ଟ୍ରକ୍ ଓ ଗୋଟିଏ ଜିପ୍ସି)ରେ କିଛି ଯବାନ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ବୁଫଲିୟାଜ ପାଖାପାଖି ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅପରେସନ ଚାଲିଛି। ସେଠାରୁ ଏହି ଯବାନମାନେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ୩ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ବୁଧବାର ରାତିରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ୪୮ ରାଷ୍ଟ୍ରିୟ ରାଇଫଲସ୍ ଅଞ୍ଚଳରେ ଏହି ଅପରେସନ୍ ଚାଲିଛି। ଘଟଣା ସଂପର୍କରେ ଖବର ପାଇବା ପରେ ସେନାର ଅତିରିକ୍ତ ଟିମ୍କୁ ସେଠାକୁ ପଠାଯାଇଛି। ମାସକ ମଧ୍ୟରେ ଦ୍ବିତୀୟ ଆକ୍ରମଣ କରିଛନ୍ତି ଆତଙ୍କବାଦୀ।
ଘଟଣା ସଂପର୍କରେ ଖବର ପାଇବା ପରେ ସେନାର ଅତିରିକ୍ତ ଟିମ୍କୁ ସେଠାକୁ ପଠାଯାଇଛି।
Powered by Froala Editor