ପୁଣି ଯବାନଙ୍କ ଗାଡ଼ିକୁ ଘେରିଲେ ଆତଙ୍କୀ, ଗୁଳିମାଡ

ଜମ୍ମୁ-କଶ୍ମୀରରେ ସେନାର ଯବାନମାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡ଼ିକୁ ଘେରି ଯାଇ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଯବାନମାନଙ୍କୁ ନେଇ ଯାଉଥିବା ଏକ ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଯବାନମାନେ ଏହାର ମୁକାବିଲା କରୁଥିଲେ ହେଁ ଆତଙ୍କବାଦୀମାନେ ସେମାନଙ୍କୁ ୪ ପଟୁ ଘେରି ଯାଇ ଗୁଳିମାଡ଼ କରୁଥିବା ଜଣାପଡ଼ିଛି। ମାସେ ମଧ୍ୟରେ ଯବାନମାନଙ୍କ ଉପରେ ଏହା ହେଉଛି ଦ୍ବିତୀୟ ଆକ୍ରମଣ।
ପୁଞ୍ଚ ଜିଲ୍ଲାର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଆମ୍ବୁସ ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳି ନଥିଲେ ହେଁ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି। ସେମାନେ ଫସି ରହିଥିବା ଯବାନମାନଙ୍କ ବ୍ୟାକଅପ ପାଇଁ ଯାଇଛନ୍ତି।
ଗତ ମାସରେ ଭାରତୀୟ ସେନା ରଜୌରୀର କାଲାକୋଟେରେ ଆତଙ୍କବାଦ ବିରୋଧୀ ଅପରେସନ ଆରମ୍ଭ କରିବା ପରେ ଦୁଇ କ୍ୟାପଟେନଙ୍କ ସମେତ ଅନ୍ୟ ଯବାନମାନେ ସହିଦ୍ ହୋଇଥିଲେ। ଚଳିତ ବର୍ଷ ଏପ୍ରିଲ ଏବଂ ମେ’ ମାସରେ ରଜୌରୀ-ପୁଞ୍ଚ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୧୦ଜଣ ଯବାନ ସହିଦ ହୋଇଥିଲେ।
Powered by Froala Editor