ରାଉରକେଲାରେ ସ୍ଥିର ଅବସ୍ଥାକୁ ଆସିଛି ହଇଜା ସ୍ଥିତି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର : ରାଉରକେଲାରେ ବ୍ୟାପିଛି ହଇଜା ଓ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରାଉରକେଲାରେ ସ୍ଥିତି ନିୟନ୍ତ୍ରଣଧୀନ ରହିଛି । ସ୍ଥିର ଅବସ୍ଥାକୁ ଆସିଛି । ହସ୍ପିଟାଲରେ ଆଉ ଆଡ଼ମିଶନ ସଂଖ୍ୟା ବଢୁନି । ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି । ୨ ଜଣ ମାତ୍ର ଗୁରୁତର ଅଛନ୍ତି । ଯେତେ ଅର୍ବାନ ପିଏଚ୍ସି ରହିଛି ସେସବୁକୁ ୨୪ ଘଣ୍ଟିଆ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ମେକାନିଜମ୍ ଦିଆଯାଇଛି । ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ବି ସହଯୋଗ କରିବେ । ନିୟମିତ ଜଳ ପରୀକ୍ଷା କରାଯାଉଛି । କ୍ଲୋରିନ ଲେବୁଲକୁ ଠିକ୍ କରିବା ପାଇଁ ଚେଷ୍ଟା କରାଯାଉଛି । ସରକାରଙ୍କ ପାଖରେ ଅଡ଼ିଟେଡ଼ ୬ଟି ମୃତ୍ୟୁ ରିପୋର୍ଟ ରହିଛି । ଆଉ କିଛି ମୃତ୍ୟୁର ଅଡ଼ିଟ ଚାଲିଛି ।
ବୁଧବାର ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍ସିବିର ୪ ଜଣ ଡାକ୍ତର ପହଞ୍ଚିଛନ୍ତି । ଗୁରୁବାର ଆଉ ଜଣେ ଡ଼ାକ୍ତର ଏସ୍ସିବିରୁ ଆସି ରାଉରକେଲାରେ ପହଞ୍ଚିଛନ୍ତି । ଏମାନଙ୍କ ସହ ଜଣେ ଟେକ୍ନିସିଆନ ମଧ୍ୟ ଆସି ପହଞ୍ଚିଛନ୍ତି । ମୋଟ୍ ୫ଜଣ ଡ଼ାକ୍ତରଙ୍କ ସହ ଜଣେ ଟେକ୍ନିସିଆନ ରାଉରକେଲାରେ ପହଞ୍ଚିଛନ୍ତି ।
ସେହିପରି ଏସ୍ସିବି ଟିମ୍ ସହ ଭୁବନେଶ୍ୱର ଆରଏମ୍ଆରସିର ଦୁଇ ବୈଜ୍ଞାନିକ ମଧ୍ୟ ପହଞ୍ଚିଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ନିର୍ଦ୍ଦେଶକ, ଅଧିକାରୀ, ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା ଚାଲିଛି ।
Powered by Froala Editor