ଲେଖକଙ୍କୁ ଭତ୍ତା ଦେବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦୀୟମାନ ସାହିତି୍ୟକଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଯୁବ ଯୋଜନା ପ୍ରଣୟନ କରିଛନ୍ତି । ସର୍ବଭାରତୀୟସ୍ତରରେ ଆୟୋଜିତ ଅନଲାଇନ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ୩୦ ବର୍ଷର କର୍ମ ୭୫ ଜଣ ଯୁବ ଲେଖକଙ୍କୁ ଏହି ଯୋଜନାରେ ମାସକୁ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯିବ । ଏତଦବ୍ୟତୀତ ସେମାନଙ୍କୁ ଲିଖନ ସମ୍ପର୍କିତ ତାଲିମ, ସେମାନଙ୍କ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ସହଯୋଗ ଯୋଗାଇ ଦିଆଯିବ । ନ୍ୟାସନାଲ ବୁକ ଟ୍ରଷ୍ଟ ଆନୁକୁଲ୍ୟରେ ଗଠିତ କମିଟି ଯୋଗ୍ୟ ସାହିତି୍ୟକଙ୍କୁ ମନୋନୀତ କରିବ । ଚଳିତ ବର୍ଷର ମନୋନାୟକ ପ୍ରକି୍ରୟା ଜୁନ ୪ ରୁ ଆରମ୍ଭ ହୋଇଛି ଓ ଏହା ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ । ପ୍ରତିଯୋଗୀମାନେ ୫ ହଜାର ଶବ୍ଦରେ ଲିଖିତ ପାଣ୍ଡୁଲିପି ଦାଖଲ କରିବେ । ଅଗଷ୍ଟ ୧୫ ରେ ବ୍ରିଜେତାଙ୍କ ନାମ ଘୋଷଣା କରାଯିବ । ପ୍ରତିଯୋଗୀଙ୍କ ପାଇଁ ଜଣେ ଜଣେ ମାର୍ଗଦର୍ଶକ ରହିବେ । ବିଜୟୀ ଲେଖକଙ୍କ ଲେଖାକୁ ଡିସେମ୍ବର ୧୫ ସୁଦ୍ଧା ପୁସ୍ତକ ଆକାରରେ ପ୍ରକାଶ କରାଯିବ ।
Powered by Froala Editor