ଲଙ୍କା କାଣ୍ଡ: ତିନୋଟି ଗାଡିକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଲଙ୍କା କାଣ୍ଡ । ଜାତୀୟ ରାଜପଥ ଉପରେ ତିନୋଟି ଗାଡିକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଯାହା ମଧ୍ୟରେ ରହିଛି ଗୋଟିଏ ଯାତ୍ରୀବାହି ବସ ଓ ଦୁଇଟି ଟ୍ରକ ।
ତେଲେଙ୍ଗାନା ରାଜ୍ୟ ପରିବହନ ନିଗମର ଏହି ସରକାରୀ ବସ୍ ଟି ସୁକୁମାରୁ ୪୦ ଜଣ ଯାତ୍ରୀ ନେଇ ହାଇଦ୍ରାବାଦ ଯାଇଥିଲା । ଏହି ସମୟରେ ଇନଜାରାମ ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ମାଓବାଦୀ ମାନେ ବସଟିକୁ ଅଟକାଇ ଯାତ୍ରୀ ମାନଙ୍କୁ ଚାଲିଯିବା ଲାଗି କହିଥିଲେ । ଏହାପରେ ବସଟିରେ ନିଆଁ ଲଗାଇଥିଲେ ମାଓବାଦୀ । ୨୨ ତାରିଖ ଦିନ ମାଓବାଦୀ ମାନେ ଛତିଶଗଡରେ ବନ୍ଦ ଡାକରା ଦେଇଛନ୍ତି । ହେଲେ ଏହା ପୂର୍ବରୁ ହି ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଘଟାଇଛନ୍ତି ।
Powered by Froala Editor