ପିହୁ କେଉଁଠି? ଖୋଜୁଛି ପୋଲିସ
ଦେବଗଡ ସହରର ଡେଲି ମାର୍କେଟ ଛକ ନିକଟରେ ନିଜ ଆଈ ସହିତ ଟିଉସନରୁ ଫେରୁଥିବାବେଳେ ଘର ସମ୍ମୁଖରୁ ୬ ବର୍ଷୀୟା ଜଣେ ନାବାଳିକାକୁ ବାଇକରେ ଦୁର୍ବୁତ୍ତମାନେ ଅପହରଣ କରି ଫେରାର ହୋଇଯାଇଛନ୍ତି । ଘଟଣା ଦେବଗଡ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭାଇ ଭାଇ ଲୁଗା ଦୋକାନର ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷୀୟା ଝିଅ ପିହୁ ଅଗ୍ରୱାଲ ଚିନ୍ମୟ ବିଦ୍ୟାଳୟରେ ଏଲକେଜିରେ ପାଠ ପଢୁଛନ୍ତି । ପିହୁ ସଂଧ୍ୟା ସମୟରେ ନିଜ ଆଈ ସହିତ ଟିଉସନରୁ ଘରୁକୁ ଫେରୁଥିଲେ । ସେହି ସମୟରେ ଜନଗହଳିପୂର୍ଣ୍ଣ ମାର୍କେଟ ଛକ ନିକଟରେ ୨ଜଣ ଅଜଣା ଦୁର୍ବୁତ୍ତ ପିହୁଙ୍କ ଆଈଙ୍କୁ ତାଙ୍କ ଘର ସମ୍ମୁଖରେ ଧକ୍କା ଦେଇ ପିହୁକୁ ବାଇକରେ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଅଭିଯୋଗ ପରେ ସହରର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି ଆଦର୍ଶ ଥାନା ପୋଲିସ। ରାଞ୍ଚି-ବିଜୟୱାଡା ରାସ୍ତାରେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଏସପି ପ୍ରଦ୍ୟୁମ୍ନ ମିଶ୍ରଙ୍କ ନିର୍ଦ୍ଦେଶରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅପହରଣ କାରି କିମ୍ବା ଅପହୃତା ଶିଶୁ କନ୍ୟାର କୌଣସି ସନ୍ଧାନ ମିଳିନଥିବା ବେଳେ ଜିଲ୍ଲାର ସମସ୍ତ ରାସ୍ତାରେ ଯାନବାହାନ ଯାଞ୍ଚ କରୁଛି ପୋଲିସ।
Powered by Froala Editor