‘ଇଣ୍ଡିଆ’ ବୈଠକ ପୂର୍ବରୁ ମମତା-କେଜ୍ରିୱାଲ ଭେଟ
୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ବୈଠକ ଡକାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ପ୍ରତିପକ୍ଷ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଭେଟଘାଟ ସମୟରେ ଆପ ନେତା ରାଘବ ଚଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ।
ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହି ସାକ୍ଷାତ ଟିଏମସି ଏମ୍ପି ଅଭିଷେକ ବାନାର୍ଜୀଙ୍କ ଦିଲ୍ଲୀସ୍ଥିତ ସାଉଥ୍ ଏଭିନ୍ୟୁ ଆବାସରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ପ୍ରାୟ ୪୫ ମିନିଟ ଧରି ଚାଲିଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବୈଠକ ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧାସଳଖ ଚାଲିଯାଇଥିଲେ।
ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ତେଲଙ୍ଗାନାକୁ ଛାଡ଼ି ବାକି ସବୁ ରାଜ୍ୟରେ କଂଗ୍ରେସକୁ ହାରିବାକୁ ପଡ଼ିଛି। ବିଜେପି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜୟ ବାନା ଉଡ଼ାଇଛି। ନିର୍ବାଚନ ରେଜଲ୍ଟ ବାହାରିବା ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରଥମ ବୈଠକ ବସିବାକୁ ଯାଉଛି।
ଅନ୍ୟପଟେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣିଥରେ ସୋମବାର ଦିଲ୍ଲୀ ମଦ ଦୁନୀତି ମାମଲାରେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି।
Powered by Froala Editor