ଫାଇଟରର ପ୍ରଥର ଗୀତ ‘ସେର୍ ଖୁଲଗଏ’ ରିଲିଜ

ଜାନୁଆରୀ ୨୫ରେ ରିଲିଜ ହେବ ଫିଲ୍ମ ‘ଫାଇଟର’ । ଏହା ପୂର୍ବରୁ ଫାଇଟର’ର ପ୍ରଥମ ଗୀତ ‘ସେର୍ ଖୁଲଗଏ’ ରିଲିଜ ହୋଇଛି । ଟି-ସିରିଜ ପକ୍ଷରୁ ଜାରି ହୋଇଥିବା ଗୀତର ରିଲିଜ ହେବାର ମାତ୍ର କେଇଘଂଟା ମଧ୍ୟରେ ଏହାକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି ।
ଫିଲ୍ମ ‘ଫାଇଟର’ ଜରିଆରେ ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସୁଛନ୍ତି ହ୍ରିିତିକ ରୋଶନ ଏବଂ ଦୀପିକା ପାଦୁକୋନ । ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟ । ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ଶମସେର ପଠାନିଆ ଭୂମିକାରେ ନଜର ଆସିଥିବା ବେଳେ ସହଯୋଗୀ ମିନଲ ଭୂମିକାରେ ନଜର ଆସିଛନ୍ତି ଦୀପିକା ।
ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସବେ । ସେହିପରି ଗ୍ରୁପ୍ କ୍ୟାପ୍ଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ରହିଛନ୍ତି ଅନୀଲ କପୁର । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଛି ।
Powered by Froala Editor