୩୫୦ ଟଙ୍କାରେ ମିଳୁଥିଲା ରୟାଲ୍ ଏନ୍ଫିଲ୍ଡ ବୁଲେଟ

ବାଇକ ସଉକ ରଖିଥିବା ଯୁବପିଢି ବୁଲେଟକୁ ଭାରୀ ଭଲ ପାଆନ୍ତି । ଖାଲି ଏବେକାର ପିଢି ନୁହେଁ ବୁଲେଟ ୯୦ ଦଶକରେ ବି ବହୁତ ଚାହିଦାରେ ଥିଲା । ହେଲେ ଏବେ ବୁଲେଟ କିଣିବା ଏତେ ସହଜ ନୁହେଁ । ବୁଲେଟରେ ହାତ ଦେଲେ ଲକ୍ଷେ ପରେ କଥାବାର୍ତ୍ତା । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ୩୭ ବର୍ଷ ତଳେ ବୁଲେଟର ଦାମ ଥିଲା ମାତ୍ର ୩୫୦ ଟଙ୍କା ।
ନିକଟରେ ୧୯୮୬ରେ କିଣାଯାଇଥିବା ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ୩୫୦ର ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାଇକରେ ଲେଖାଯାଇଥିବା ମୂଲ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାଇକ୍ର ଅନ୍-ରୋଡ ମୂଲ୍ୟ ମାତ୍ର ୧୮୭୦୦ ଟଙ୍କା ବିଲ୍ରେ ଉଲ୍ଲେଖ କରାଯାଇଛି । ଏହି ବିଲ୍ ୧୯୮୬ ମସିହା ବୋଲି ଜଣାପଡ଼ିଛି, ଯାହା ପ୍ରାୟ ୩୭ ବର୍ଷ ପୁରୁଣା ବିଲ୍ । ଏହା ହେଉଛି ଝାଡଖଣ୍ଡ ରାଜ୍ୟରେ ସନ୍ଦୀପ ଅଟୋର ବୁଲେଟ୍ ୩୫୦ ମଡେଲ୍ର ଭାଇରାଲ୍ ବିଲ୍ ।
ଅପଡେଟ୍ ଫିଚର୍ ହେତୁ ଏହି ମୋଟରସାଇକେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ୩୫୦ର ମୂଲ୍ୟ ବର୍ତ୍ତମାନ ୧,୫୦,୭୯୫ ରୁ ୧,୬୫,୭୧୫ (ଏକ୍ସ-ଶୋ'ରୁମ୍) ଟଙ୍କା ରହିଛି । ଏହାର ଅନ୍-ରୋଡ୍ ମୂଲ୍ୟ ପ୍ରାୟ ୧.୮ ଲକ୍ଷ ଟଙ୍କା ରହିଛି । କିନ୍ତୁ ୧୯୮୬ ବୁଲେଟ୍ରେ ଦାମ ୧୮,୭୦୦ ଟଙ୍କା ଥିଲା ।
Powered by Froala Editor