ମଧୁମେୟ ରୋଗୀଙ୍କ ପାଇଁ ପିଆଜ ରସ କେତେ ଲାଭଦାୟକ ଜାଣନ୍ତୁ....
ଡାଇବେଟିସ୍ ବା ମଧୁମେୟ ରୋଗ ସବୁଠୁ ବଡ ସମସ୍ୟା ଭାବେ ସମାଜରେ ଉଭା ହୋଇଛି । ଏହି ରୋଗ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ମଧୁମେୟ ଏମିତି ଗୋଟେ ରୋଗ ଯାହା ଏକାଧିକ ରୋଗକୁ ଜନ୍ମ ଦେଇଥାଏ । ଯଥା ହୃଦରୋଗ, କିଡନୀ ଜନିତ ରୋଗ, ଦୃଷ୍ଟି ଶକ୍ତି ହରାଇବା ଏବଂ ସ୍ନାୟୁରୋଗ । ଏହିି ରୋଗ ମଣିଷ ଶରୀରରେ ପର୍ଯ୍ୟାପ୍ତ ଇନସୁଲିନ ତିଆରି କରିପାରେ ନାହିଁ । ମଣିଷ ଶରୀରକୁ କମ୍ଜୋର କରିବା ସହିତ ଅର୍ଗାନ ଗୁଡିକୁ ମଧ୍ୟ ଅକାମୀ କରିଦେଇଥାଏ । ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିବାକୁ ହୋଇଥାଏ । ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯେଉଁଥିରେ ଆପଣ ଡାଇବେଟିସକୁ ନିୟନ୍ତ୍ରଣରେ ରଖିପାରିବେ । ଆଜି ଆମେ ଆପଣଙ୍କୁ ପିଆଜ ରସ ବିଷୟରେ କହିବୁ ଯାହା ଆପଣଙ୍କ ଶରୀରରେ ବହୁତ ଦରକାର ହୋଇଥାଏ । ଏହା ମଧ୍ୟ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ ।
୧: ପିଆଜରେ ପୋଷକତତ୍ୱ, ଭିଟାମିନ ସି, ବି ଏବଂ ପୋଟାସିୟମ ପର୍ଯ୍ୟାପ୍ତ ମାତ୍ରାରେ ଥାଏ । ଯାହା ଶରୀର ପାଇଁ ହିତ କର ହୋଇଥାଏ ।
୨: ପିଆଜ ଶରୀରରେ ସୁଗାର ଲେବୁଲ କଟେଂ୍ରାଲ କରିବା ସହିତ ହଜମ କରିବାରେ ସାହାଯ୍ୟ କରିଥାଏ ।
୩: ପିଆଜରେ ଏଂଟିଅକ୍ସିଡେଂଟ ସାମିଲ ଥାଏ । ଏହା ସ୍କିନକୁ ହେଲ୍ଦି ରଖିଥାଏ । ପିଆଜ ରସ ଡାଇବେଟିସ କେଂଟ୍ରାଲ କରିବା ସହିତ ଇମିନୁ୍ୟଟି ସିଷ୍ଟମକୁ ଷ୍ଟ୍ରଙ୍ଗ କରିଥାଏ ।
୪: ପିଆଜ ରସ ଓଜନ କମ କରିବା ସହିତ ସୁଗାର ଲେବଲକୁ କଂଟ୍ରୋଲ କରିଥାଏ ।
ପିଆଜ ରସ ପ୍ରସ୍ତୁତି ସାମଗ୍ରୀ
୨ଟି କଟା ହୋଇଥିବା ପିଆଜ
୧ କପ ପାଣି
୧ ଚାମୋଚ ଲେମ୍ବୁ ରସ
୧ ଚୁଟକି ଲୁଣ
ସବୁ ସାମଗ୍ରୀକୁ ନେଇ ବ୍ଲେଣ୍ଡର ସାହାଯ୍ୟରେ ମିକ୍ସ କରିଦେବା ପରେ ଏଥିରେ ଲେମ୍ବୁ ରସ ମିଶାଇଦେବେ । ତାପରେ ଆପଣ ଏହାକୁ ସେବନ କରିପାରିବେ । ଆପଣ ଚାହିଁଲେ ମଧ୍ୟ ଏଥିରେ ଟିକେ ଲୁଣ ଏବଂ ମହୁ ମିଶାଇ ପିଇ ପାରିବେ ।
Powered by Froala Editor