‘ଆନିମଲ’ର ଧମାଲ ପରେ ନ୍ୟାସନାଲ କ୍ରସ୍ ହେଲେଣି ତୃପ୍ତି
ରଣବୀର କପୁରଙ୍କ ଅଭିନୀତ ‘ଆନିମଲ’ ବକ୍ସ ଅଫିସରେ ଧମାଲ କରୁଛି । ବିଶ୍ୱ ବଜାରରେ ଫିଲ୍ମ ୧୦ ଦିନରେ ୭୧୭ କୋଟିରୁ ଉର୍ଦ୍ଧ ରୋଜଗାର କରି ସାରିଲାଣି। ତେବେ ରଣବୀର ଓ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବ୍ୟତୀତ ଅଭିନେତ୍ରୀ ତୃପ୍ତି ଏବେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି। ଫିଲ୍ମରେ କମ ସମୟ ପାଇଁ ନଜର ଆସି ମଧ୍ୟ ସେ ଦର୍ଶକଙ୍କ ମନ କିଣିଛନ୍ତି।
ଲୋକମାନେ ‘ଭାବି ନମ୍ବର-୨’ ଅର୍ଥାତ୍ ତୃପ୍ତି ଡିମରିଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ଫିଲ୍ମରେ ସେ ଜୋୟା ଚରିତ୍ରରେ ନଜର ଆସିଥିବା ବେଳେ ଏହି ଚଳଚ୍ଚିତ୍ରରେ ମଧ୍ୟାନ୍ତର ପରେ ଦେଖିବାକୁ ମିଳିଥିଲା। ଫିଲ୍ମ ପାଇଁ ସେ ରାତାରାତି ସଫଳ ହେବା ସହ ତାଙ୍କ ପାଖକୁ ଭିନ୍ନ ଭିନ୍ନ ଉପହାର ଆସିବାରେ ଲାଗିଛି। କେକ୍ ସହ ଗୋଲାପ ଫୁଲ ଲୋକେ ତାଙ୍କ ପାଖକୁ ପଠାଉଛନ୍ତି। ଏମିତି କି ରଶ୍ମିକାଙ୍କ ବଦଳରେ ଦର୍ଶକ ତାଙ୍କୁ 'ନ୍ୟାସନାଲ କ୍ରସ୍' କହିବା ଆରମ୍ଭ କରିଛନ୍ତି।
ନିକଟରେ ମିଡିଆ ସହିତ ଆଲୋଚନା ବେଳେ ସେ ଫିଲ୍ମରେ ଦେଖାଯାଇଥିବା ଅନ୍ତରଙ୍ଗ ଦୃଶ୍ୟ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ତୃପ୍ତି କହିଛନ୍ତି ଯେ ଏହି ପ୍ରୋଜେକ୍ଟରେ ସାଇନ କରିବାବେଳେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ମୋତେ କହିଥିଲେ ଯେ ”ଏକ ଦୃଶ୍ୟ ଅଛି ଏବଂ ମୁଁ ଏହାକୁ ଏହିପରି ସୁଟିଂ କରିବାକୁ ଚାହୁଁଛି, କିନ୍ତୁ ମୁଁ ଏହାକୁ ଅତି ସୁନ୍ଦର ଭାବରେ କରିବି। ମୁଁ ବିୟୁଟି ଏବଂ ବିଷ୍ଟ ପରି ଏକ ପ୍ରତିଛବି ସୃଷ୍ଟି କରିବାକୁ ଚାହୁଁଛି ଏବଂ ଏହା ମୋର ଯୋଜନାରେ ଅଛି। ମୁଁ ଏହାକୁ ତୁମ ଉପରେ ଛାଡିଦେଉଛି, ତୁମେ ଏଥିପାଇଁ କି ନୁହେଁ, ମୋତେ କୁହ।” ସେ ଏହା ମଧ୍ୟ କହିଛନ୍ତି ଯେ ରଣବୀର ତାଙ୍କୁ ପ୍ରତି ୫ ମିନିଟରେ ଥରେ ପଚାରି ବୁଝୁଥିଲେ ଯେ ସେ ନିଜକୁ ଅସହଜ ଅନୁଭବ କରୁନାହାଁନ୍ତି।”
Powered by Froala Editor