ନୁ୍ୟ ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥ୍ପେଷ୍ଟ ସହିତ ସାମଗ୍ରିକ କଲ୍ୟାଣ ନିମନ୍ତେ ଏକ ସ୍ୱାସ୍ଥ୍ୟକର ଓରାଲ୍ ମାଇକ୍ରୋବାୟୋମ୍କୁ ଆମୱେ ଇଣ୍ଡିଆ ପୃଷ୍ଠପୋଷକତା କରୁଛି

ଭୁବନେଶ୍ୱର: ମୁଖ ଗହ୍ୱର ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ମଧ୍ୟରେ ଏକ ନିବିଡ ସଂଯୋଗକୁ ହୃଦୟଙ୍ଗମ କରି ଅନ୍ୟତମ ଅଗ୍ରଣୀ ଏଫଏମସିଜି ଡାଇରେକ୍ଟର ସେଲିଂ କମ୍ପାନୀ ଆମୱେ ଇଣ୍ଡିଆ ଅଲ୍ ନୁ୍ୟ ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥ୍ପେଷ୍ଟ ବହୁଧା ଫାଇଦା ସହିତ ପ୍ରଚଳନ କରିଛି ।
ଏହି ନୂଆ ଉତ୍ପାଦ ସମ୍ପର୍କରେ ପ୍ରକାଶ କରି ଅଜୟ ଖାନ୍ନା, ସିଏମ୍ଓ, ଆମୱେ ଇଣ୍ଡିଆ କହିଥିଲେ, “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୯୫%ରୁ ଅଧିକ ଭାରତୀୟ ବୟସ୍କ ନାଗରିକ ଦନ୍ତକ୍ଷୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେହି ସମୟରେ ୫୦%ରୁ ଅଧିକ ମାଢି ଜନିତ ସମସ୍ୟା, ଦାନ୍ତର ସମ୍ବେଦନଶୀଳତା ଏବଂ ନିଃଶ୍ୱାସରେ ଦୁର୍ଗନ୍ଧ ଆଦି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଆମେ ଏକ ପୂର୍ଣ୍ଣାଙ୍ଗ କଲ୍ୟାଣକୁ ବର୍ଦ୍ଧିତ ଭାବରେ ରୂପାନ୍ତରିତ ହେଉଥିବାବେଳେ ଆମୱେର ଅନ୍ୟତମ ସର୍ବାଧିକ ବିକ୍ରି ହେଉଥିବା ବ୍ରାଣ୍ଡ୍ ଗ୍ଲିଷ୍ଟର ବିଶ୍ୱବ୍ୟାପୀ ନିୟୁତ ନିୟୁତ ଗ୍ରାହକଙ୍କର ବିଶ୍ୱାସଭାଜନ ହୋଇଛି, ଏବଂ ମୁଖ ଗହ୍ୱର ଯନôକୁ ଏକ ପ୍ରଶସ୍ତ ରୂପାନ୍ତରଣ ସହିତ ସମନ୍ୱିତ କରିବା ପ୍ରୟାସକୁ ସଗର୍ବେ ଆଗେଇ ନେଉଛି । ସ୍ୱାସ୍ଥ୍ୟ ଓ କଲ୍ୟାଣର ବିଶାଳ ପ୍ରସଙ୍ଗରେ ମୁଖ ଗହ୍ୱର ଯନô ଏକ ସୂତ୍ର ଭାବରେ ବିବେଚିତ ହେଉଛି ଯାହା ଆମ ଜୀବନର ପ୍ରତ୍ୟେକ ଦିଗ ସହିତ ଅତି ନିବିଡ ଭାବରେ ଜଡିତ ଏବଂ ଏହା ଆମର ସାମଗ୍ରିକ କଲ୍ୟାଣର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ କାର୍ଯ୍ୟ କରୁଛି । ପାଞ୍ଚ ଦଶନ୍ଧିର ଏକ ମଜଭୁତ ପୃଷ୍ଠଭୂମି ସହିତ ଗ୍ଲିଷ୍ଟର୍ ଉପଭୋକ୍ତାଙ୍କର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବାକୁ ନିରନ୍ତର ଭାବରେ ପରିବର୍ତ୍ତିତ ହୋଇ ଚାଲିଛି । ଆମର ସଦ୍ୟତମ ଉତ୍ପାଦ ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥପେଷ୍ଟ ଆମର ଓରାଲ୍ କେୟାର ମାଇକ୍ରୋବାୟୋମ୍ରେ ଅତ୍ୟନ୍ତ ଯନôର ସହିତ ତାଳମେଳ ବଜାୟ ରଖିବା ଏବଂ ତାହାର ପରିପୋଷଣକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ୪୨% ଏନାମେଲ ହ୍ୱାଇଟନିଂ, ୧୨ ଘଣ୍ଟା ପର୍ଯ୍ୟନ୍ତ ତାଜା ନିଃଶ୍ୱାସ, ପ୍ଲାକ୍ ହ୍ରାସ ଭଳି ବହୁଧା ଫାଇଦା ପ୍ରଦାନ କରୁଛି ଏବଂ ଏହାର ସ୍ୱାଦରେ ପିପରମେଣ୍ଟ୍ ଏସେନ୍ସିଆଲ ଅଏଲ ରହିଛି ଯାହା ନୁ୍ୟଟି୍ରଲାଇଟ ଦ୍ୱାରା ସଂଗୃହୀତ / ପ୍ରମାଣିକୃତ, ଏବଂ ଏହା ଶ୍ୱାସ ପ୍ରଶ୍ୱାସରେ ତାଜାପଣକୁ ସମର୍ଥନ କରିବାରେ ସହାୟକ ହେଉଛି ଏବଂ ଏହା ଉଦ୍ଭିଦ ଭିତ୍ତିକ ଉତ୍ତମତାରେ ସମୃଦ୍ଧ ହୋଇଛି ।
ଏଥିସହିତ ପ୍ରାକୃତିକ ଏବଂ ହର୍ବାଲ ଉପାଦାନ ଥିବା ଟୁଥ୍ପେଷ୍ଟ ପାଇଁ ବର୍ଦ୍ଧିତ ପସନ୍ଦ ପ୍ରତି ଦୃଷ୍ଟିଦେବାକୁ ଆମେ ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥପେଷ୍ଟ ହର୍ବାଲ ପ୍ରଚଳନ କରିଛୁ ଯାହା ୧୧ଟି ପ୍ରାକୃତିକ ଉପାଦାନ ସହିତ ଆସୁଛି । ଏହି ଟୁଥପେଷ୍ଟଗୁଡିକ କେବଳ ହସକୁ ଉଜ୍ଜ୍ୱଳ କରୁନାହିଁ, ତାହାସହିତ ସେଗୁଡିକ ବ୍ୟକ୍ତିବିଶେଷଙ୍କୁ ମୁଖ ଗହ୍ୱର ସ୍ୱାସ୍ଥ୍ୟ ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ମଧ୍ୟରେ ଆନ୍ତଃସଂଯୋଗକୁ ହୃଦ୍ବୋଧ କରି ସେମାନଙ୍କର ସ୍ୱାସ୍ଥ୍ୟ ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ଆଭିମୁଖ୍ୟ ଗ୍ରହଣ କରିବାକୁ ସେମାନଙ୍କୁ ସଶକ୍ତ କରୁଛି ।”
ମୁଖ ହେଉଛି ଶରୀରର ପ୍ରବେଶ ଦ୍ୱାର, ଏବଂ ଏଠାରେ ବିବିଧ ବର୍ଗର ୭୦୦ରୁ ଅଧିକ ଅଣୁଜୀବର ଉପସ୍ଥିତି ରହିଥାଏ, ଯାହା ଶରୀରରେ ଦ୍ୱିତୀୟ ସର୍ବବୃହତ୍ ମାଇକ୍ରୋବାୟୋମ୍ ଭାବରେ ପରିଚିତ । ଗବେଷଣାରୁ ଜଣାଯାଇଛି ଯେ ସମସ୍ତ ପ୍ରଣାଳୀଗତ ରୋଗ ମୁଖ ଗହ୍ୱରରୁ ସୃଷ୍ଟି ହୋଇଥାଏ, ଯାହା ସାମଗ୍ରିକ କଲ୍ୟାଣ ନିମନ୍ତେ ମୁଖ ଗହ୍ୱର ଯନôର ଅତ୍ୟନ୍ତ ଗୁରୁତ୍ୱ ସମ୍ପର୍କରେ ଦର୍ଶାଉଛି । ଏ କ୍ଷେତ୍ରରେ ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥପେଷ୍ଟ ଏବଂ ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥପେଷ୍ଟ ହର୍ବାଲ ଉଦ୍ଭିଦ ଭିତ୍ତିକ ଉତ୍ତମତାରେ ସମୃଦ୍ଧ ହୋଇଛି, ଯେଉଁଥିରେ ସର୍ବିଟଲ ଏବଂ ଗ୍ଲିସେରିନ ଭଳି ଉପାଦାନ ରହିଛି । ସେଗୁଡିକ ବିନା କୋ÷ଣସି ପ୍ରାଣୀଜ ଉତ୍ପାଦ, ଶର୍କରା ବିହୀନ, ଆଲ୍କୋହଲ ବିହୀନ, ପେରୋକ୍ସାଇଡ ବିହୀନ ଏବଂ ପାରାବିନ୍ ବିହୀନ ଭାବରେ ଅତି ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଛି । ନୁ୍ୟ ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥପେଷ୍ଟ ୪୨% ଏନାମେଲ୍ ହ୍ୱାଇଟନିଂ ବୃଦ୍ଧି କରିଥାଏ ଏବଂ ଦନ୍ତକ୍ଷୟର ମୁକାବିଲା କରିବାରେ ସହାୟତା କରେ, ଏବଂ ଏହାଦ୍ୱାରା ମଜଭୁତ ଏବଂ ସୁସ୍ଥ ଦାନ୍ତ ବଜାୟ ରଖିଥାଏ । ରେମିନାକ୍ଟ ଫାଇଦା ଦନ୍ତ ଏନାମେଲ୍ ପାଇଁ ପୁନଃ ଖଣିଜତତ୍ତ୍ୱ ଯୋଗାଣରେ ସହାୟକ ହୋଇଥାଏ ଏବଂ ଏହାଦ୍ୱାରା ଏନାମେଲ୍ ପୃଷ୍ଠଭାଗରେ ଅତ୍ୟାବଶ୍ୟକ ଖଣିଜତତ୍ତ୍ୱ ପୁନଃଜମା ହେବାରେ ସହାୟତା କରି ଦାନ୍ତକୁ ଅବକ୍ଷୟ ମୁକାବିଲା କରିବାରେ ଅଧିକ ସୁଦୃଢ କରିଥାଏ । ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥପେଷ୍ଟର ସ୍ୱାଦରେ ପିପରମେଣ୍ଟ ଏସେନସିଆଲ୍ ଅଏଲ ରହିଛି ଯାହା ନୁ୍ୟଟ୍ରିଲାଇଟ ଦ୍ୱାରା ସଂଗୃହୀତ / ପ୍ରମାଣିକୃତ ଏବଂ ଏହା ଶ୍ୱାସ ପ୍ରଶ୍ୱାସର ତାଜାପଣ ବଜାୟ ରଖିବାରେ ସହାୟକ ହୋଇଥାଏ । ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥ୍ପେଷ୍ଟର ସମସ୍ତ ଫାଇଦା ସହିତ ଗ୍ଲିଷ୍ଟର୍ର ହର୍ବାଲ ସଂସ୍କରଣ ଲବଙ୍ଗ, ନିମ, ପିପରମେଣ୍ଟ, ସ୍ପିଅରମିଣ୍ଟ, ଅଦା, ଟି ଟ୍ରି, ମୁଲେଥି, ବାସିଲ, ଇୟୁକାଲିପ୍ଟଲ, ଲେମ୍ବୁ ଏବଂ କର୍ପୁର ଆଦି ୧୧ଟି ପ୍ରାକୃତିକ ଉପାଦାନ ସହିତ ଆସୁଛି । ଏଥିସହିତ ଉଭୟ ପ୍ରକାର ଆଇଡିଏ ପ୍ରମାଣିକୃତ ଅଟେ ।
ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥପେଷ୍ଟ ଏବଂ ଗ୍ଲିଷ୍ଟର ମଲ୍ଟି-ଆକ୍ସନ ଟୁଥ୍ପେଷ୍ଟ ହର୍ବାଲ ମୂଲ୍ୟ ୨୦୦ଗ୍ରାମ ପ୍ୟାକ୍ ପିଛା ଯଥାକ୍ରମେ ୩୨୨ ଟଙ୍କା ଏବଂ ୩୩୩ ଟଙ୍କା (ସମସ୍ତ ଟିକସ ସହିତ) ରଖାଯାଇଛି । ଏହି ଉତ୍ପାଦ ପ୍ୟାକ୍ ମଧ୍ୟ ୫୦ ଗ୍ରାମ ପ୍ୟାକ୍ରେ ଉପଲବ୍ଧ ହେଉଛି ଯାହା କ୍ରୟ କରିବାର ନମନୀୟତା ପ୍ରଦାନ କରୁଛି ।
ଗ୍ଲିଷ୍ଟର ମଲ୍ଟି ଆକ୍ସନ ଟୁଥପେଷ୍ଟ ଏବଂ ଗ୍ଲିଷ୍ଟରର ପୂର୍ଣ୍ଣାଙ୍ଗ କଲ୍ୟାଣ ନିମନ୍ତେ ଅଧିକ ସୂଚନ ଜାଣିବାକୁ କୃପାପୂର୍ବକ ଯୋଗାଯୋଗ କରନ୍ତୁ ଙ୍ଗଙ୍ଗଙ୍ଗ.ବଜ୍ଞଙ୍ଗବଚ୍ଚ.ସଦ୍ଭ.
Powered by Froala Editor