ଶୀତଦିନେ ଖାଆନ୍ତୁ ବାଦାମ, ଔଷଧ ଭଳି ଦେଇଥାଏ କାମ

ଶୀତ ଦିନ ଆସିବା ମାତ୍ରେ ବଜାରରେ ପ୍ରଚୁର ମାତ୍ରାରେ ବିକ୍ରି ହୁଏ ଚିନାବାଦାମ । କିନ୍ତୁ ଜାଣନ୍ତି କି ଚିନାବାଦାମ ଗୁଣ ବିଷୟରେ । ଚିନାବାଦାମରେ ପ୍ରଚୁର ପ୍ରୋଟିନ୍ ଏବଂ ଭିଟାମିନ୍ ମିଳିଥାଏ । ଯାହା ଆମ ଶରୀରକୁ ଅନେକ ଲାଭ ଦେଇଥାଏ। ବାଦାମରେ ପଲିଫେନୋଲ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।
ଶୀତଦିନେ କୌଣସି ଔଷଧଠାରୁ କମ୍ ନୁହେଁ ବାଦାମ । ଜଣେ ସୁସ୍ଥ ବ୍ୟକ୍ତି ଦିନରେ ୪୦ ଗ୍ରାମ ଅର୍ଥାତ୍ ମୁଠାଏ ବାଦାମ ଖାଇ ପାରିବେ । ବାଦାମରେ ଭିଟାମିନ୍ ଏବଂ ପ୍ରୋଟିନ୍ ଭରପୂର ରହିଥାଏ । ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଏବଂ ଆମକୁ ଭିତରୁ ଗରମ ରଖେ ।
ଏସିଡ୍ ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ବାଦାମ । ଟାଇପ୍-୨ ମଧୁମେହରେ ପୀଡିତ ଲୋକେ ବାଦାମ ଖାଇବା ଦ୍ବାରା ମଧୁମେହ ହେବାର ଆଶଙ୍କା କମ୍ ହୋଇଥାଏ । ଶୀତଦିନେ ଚର୍ମ ଶୁଖିବାକୁ ରକ୍ଷା କରେ ବାଦାମ । ଏହାସହିତ ବାଦାମରେ ମ୍ୟାଗ୍ନେସିୟମ୍, ଭିଟାମିନ୍ ଇ ଏବଂ ଫାଇବର ମିଳିଥାଏ । ଯାହା ଶୀତରେ ହାଡକୁ ଦୃଢ଼ କରିଥାଏ। ତେବେ ବାଦାମ ଖାଇବା ପରେ କେବେବି ପାଣି ପିଅନ୍ତୁ ନାହିଁ ।
Powered by Froala Editor