କେରଳ ସରକାରଙ୍କ ନିର୍ଦ୍ଦେଶ: ଯଦି ବାଘ ମଣିଷ ଖାଇଛି ବୋଲି ସାବ୍ୟସ୍ତ ହୁଏ, ତାହେଲେ ତାକୁ ମାରିଦିଅ

କେରଳର ୱାୟନାଡ ଜିଲ୍ଲାରେ ଜଣେ କୃଷକଙ୍କୁ ମାରିଥିବା ବାଘକୁ ମାରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର କେରଳ ସରକାରଙ୍କ ବନ ବିଭାଗ ଏହି ନିର୍ଦ୍ଦେଶ ଦେଇଛି। ବାଘଟି କେଉଁ ସ୍ଥାନରେ ଅଛି, ତାହା ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ୧୧ଟି କ୍ୟାମେରା ଲଗାଯାଇଛି।
ତେବେ ବାଘଟିକୁ ମାରିବା ପୂର୍ବରୁ ତାହା ମଣିଷ ମାରି ଖାଇଛି ବୋଲି ସ୍ପଷ୍ଟ କରିବାକୁ ହେବ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ବନ ବିଭାଗ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ଯଦି ବାଘଟିକୁ ଧରି ହେବ ନାହିଁ ବା ଟ୍ରାଙ୍କୁଲାଇଜ୍ କରାଯାଇପାରିବ ନାହିଁ ଓ ତାହା ମଣିଷ ମାଂସ ଖାଇଛି ବୋଲି ସାବ୍ୟସ୍ତ ହେବ, ତା’ହେଲେ ତାକୁ ମାରି ଦିଅ। କାରଣ ତାହା ଉକ୍ତ ଅଞ୍ଚଳର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ।
Powered by Froala Editor