ୟୁପିଆଇ ବ୍ୟବହାରକାରୀଙ୍କୁ ବଡ଼ ଖୁସି ଖବର, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ: ୟୁପିଆଇ ବ୍ୟବହାରକାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏଣିକି ୟୁପିଆଇ ବ୍ୟବହାରକାରୀ ଏକା ଥରରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅନ୍ଲାଇନରେ ଟ୍ରାନ୍ଜାକ୍ସନ କରିପାରିବେ। ପୂର୍ବରୁ ଏହି ସୀମା ଏକ ଲକ୍ଷ ଟଙ୍କା ଥିଲା। ଯାହାକୁ ଆଜି ପରିବର୍ତ୍ତନ କରାଯାଇଥିବା ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି। ୟୁପିଆଇ ଟ୍ରାନ୍ଜାକ୍ସନ ସୀମା ବଢାଯାଇଥିଲେ ମଧ୍ୟ ଏହା କେବଳ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଟଙ୍କା ପଠାଇବା ବେଳେ ଉପଯୋଗୀ ହେବ ବୋଲି କୁହାଯାଇଛି।
ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଫିସ୍ ଦେବା ସମୟରେ ୟୁପିଆଇ ଟ୍ରାନ୍ଜାକ୍ସନକୁ ନେଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। କାରଣ ଏହି ସୀମା ଏକ ଲକ୍ଷ ଟଙ୍କା ଥିଲା। ଯାହାକୁ ଲକ୍ଷ୍ୟ କରି ଏଥିରେ ପରିବର୍ତ୍ତନ କରାଯାଇଛି।
Powered by Froala Editor