ସେଣ୍ଟ୍ରାଲ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀ ଗିରଫ
ଭୁବନେଶ୍ୱର: ସେଣ୍ଟ୍ରାଲ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀଙ୍କୁ ଗିରଫ କଲା ଇଓଡବ୍ଲୁ । ୩.୩୩ କୋଟି ଟଙ୍କା ହଡପ ମାମଲାରେ ଉଭୟ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । କଟକ ଜିଲ୍ଲା ଭଦ୍ରେଶ୍ୱର ବ୍ରାଂଚର ୨ ପୂର୍ବତନ ଅଧିକାରୀ ଗିରଫ ହୋଇଥିବା ସୂଚନା ରହିଛି । ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଡମ୍ବରୁଧର ନାୟକ ଗିରଫ ହୋଇଥିବା ସୂଚନା ରହିଛି । ପୂର୍ବତନ ଏଗ୍ରିକଲଚରାଲ୍ ଫାଇନାନ୍ସ ଅଫିସର ଦେବୀଦତ୍ତ ପ୍ରଣିଗ୍ରାହୀ ଗିରଫ ହୋଇଥିବା ସୂଚନା । ୨୦୧୫ରୁ ୨୦୧୮ ମଧ୍ୟରେ ଚାଷୀଙ୍କ ସବସିଡି ଟଙ୍କା ହଡପ ହୋଇଥିଲା ।ସେଣ୍ଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଦୁହିଁଙ୍କ ନାଁରେ ଠକେଇ ଅଭିଯୋଗ କରିଥିଲେ। ୨୦୧୫ରୁ ୨୦୧୮ ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ ଦୁର୍ନୀତି କରାଯାଇଥିଲା। ବେଆଇନ ଭାବେ ନକଲି ହିତାଧିକାରୀଙ୍କୁ ଦର୍ଶାଇ ଟଙ୍କା ଚଳୁ କରିଥିଲେ ଦୁଇ ଅଭିଯୁକ୍ତ। ଏପରିକି ଦୁହେଁ ସରକାରୀ ସବସିଡିକୁ ମଧ୍ୟ ହଡ଼ପ କରିଥିଲେ।
Powered by Froala Editor